ବାଙ୍ଗାଲୋର: କର୍ଣ୍ଣାଟକରେ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ଜିତିବା ଲାଗି କଂଗ୍ରେସ ଓ ଜେଡିଏସ୍ ଆଶାବାଦୀ ରହିଛନ୍ତି । ଏଥିପାଇଁ ଦ୍ୱିତୀୟ ପସନ୍ଦର ଭୋଟ ଦ୍ୱାରା ପ୍ରାର୍ଥୀକୁ ଜିତାଇ ଯାଇ ପାରିବ ବୋଲି ବିରୋଧୀ ଦଳ ନେତା ସିଦ୍ଧରାମାୟା କହିଛନ୍ତି । ତେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ତୃତୀୟ ପ୍ରାର୍ଥୀ ଜିତିବା ଲାଗି ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ଥିବା କହିଛନ୍ତି ।