ପୁରୀ :ଆନ୍ତର୍ଜାତିକ ଚାରଣ ଗୋଷ୍ଠୀର ସୁବର୍ଣ୍ଣ ଜୟନ୍ତୀ ଉଦଘାଟିତ ହୋଇଛି।ଶ୍ରୀଜଗନ୍ନାଥଙ୍କୁ ନିଜର ପ୍ରେମିକ କରି ତାଙ୍କ ପାଖରେ ନିଜକୁ ସମର୍ପିତ ଦିଅ। ଶୁଦ୍ଧପ୍ରେମ ରେ ରାଧାକୃଷ୍ଣ ରସରେ ରସାୟିତ ହୋଇଯାଅ। ତୁମେ, ତାଙ୍କର ହୋଇଯାଇ,ତାଙ୍କୁ ତୁମର କରିଦିଅ, ତେବେ ଅନୁଭବ କରିବ ଏ ସଂସାର କେତେ ସୁଖମୟ ଓ ଆନନ୍ଦମୟ। ପୁରୀ ଡୁଡୁୱ।ଲା ଧର୍ମଶାଳା ପରିସରରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ର ସୁବର୍ଣ୍ଣ ଜୟନ୍ତୀ,୪୫ତମ ପ୍ରାଦେଶିକ ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ଚେତନା ମହାଧିବେସନକୁ ଉଦଘାଟନ କରିବା ଅବସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହା କହିଛନ୍ତି।ଅନୁଷ୍ଠାନର ଦଳପତି ପ୍ରଫେସର ଡକ୍ଟର ଗୋପାଳ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବରିଷ୍ଠ ସେବାୟତ ତଥା ଗବେଷକ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ୟ୍ୟକ୍ରମ ରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ର ସଂପାଦକ ଗୋବିନ୍ଦ ଚନ୍ଦ୍ର ବେହେରା ସ୍ବାଗତ ଭାଷଣ ରଖିଥିବା ବେଳେ ପଣ୍ଡିତ ଗଣେଶ୍ଵର ପରିଡ଼ାଙ୍କ ସଂପାଦନା ରେ ମୁଖପାତ୍ର”ଉନ୍ମନା”,କବି ଗୋପାଳ ଚନ୍ଦ୍ର ରଥଙ୍କ”ନିଳାଦ୍ରୀ ନିବାସ”,କବିତିଳକ ସୁରେଶ ବରାଳଙ୍କ “ହନୁମାନ ଚରିତ୍ରାମୃତ” ଓ ଗୀତିକାର ବଦ୍ରି ମିଶ୍ର ଙ୍କ ନୂତନ ଗୀତିକବିତା ସଂକଳନକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ।ଏହି ଅବସରରେ ଚାରଣ ଗୋଷ୍ଠୀ ର ପ୍ରତିଷ୍ଠାତା ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମା ଙ୍କୁ ମରଣୋତ୍ତର “ଚାରଣ ଭାସ୍କର”ସମ୍ମାନ ତାଙ୍କ ପରିବାର କୁ ପ୍ରଦାନ କରାଯିବା ସହ , ଜଗନ୍ନାଥ ସଂସ୍କୃତି ଜ୍ଞାନପରୀକ୍ଷା ରେ ବିଗତ ତିନିବର୍ଷ ତଳେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଆଦିତ୍ୟ କୁମାର ସାହୁ, ବିଶ୍ଵଜିତ ସାମଲ ଓ ସୌରଭ ମଲ୍ଲିକଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ନିଳାଦ୍ରୀ ଅନୁଷ୍ଠାନ,ଶିର୍ସା ଭାଗବତ ସପ୍ତାହ ଟ୍ରଷ୍ଟ ଓ ଦିବ୍ୟଦର୍ଶନ ପତ୍ରିକା ପକ୍ଷରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।