ବ୍ୟୁରୋ : ବର୍ତ୍ତମାନ ବଲିଓଡରେ ଚାଲିଛି ପଞ୍ଜାବ ସୁନ୍ଦରୀ ଶେହନାଜ ଗିଲଙ୍କ ଜଲ୍ଲବା । ଦିନକୁ ଦିନ ସେ ସଲମାନଙ୍କର ବେଶ ନିକଟତର ହେବାରେ ଲାଗିଛନ୍ତି । ଇଦ୍ ପାର୍ଟିରେ ମଧ୍ୟ ଦୁହିଁଙ୍କୁ ସାଙ୍ଗରେ ଦେଷିବାକୁ ମିଳିଥିଲା ।

ସୂଚନାନୁଯାୟୀ କାଲି ସଲମାନଙ୍କ ଭଉଣୀ ଅର୍ପିତା ଏକ ଇଦ୍ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ଫିଲ୍ଲବ ଇଣ୍ଡଷ୍ଟିର ଅନେକ ବଡ ବଡ କଳାକାର ମଧ୍ୟ ଯୋଗ ଦେଇଥିଲେ । ଶେହନାଜ ମଧ୍ୟ ଆସିଥିଲେ ଏହି ପାର୍ଟିକୁ । ସଲମାନ ଓ ଶେହନାଜଙ୍କ ଭଲ ବଣ୍ଡ ଦେଖିବାକୁ ମିଳିଥିଲା ।

ଏହି ପାର୍ଟିରେ ସଲମାନ ବେଶ ଭଲ ଚର୍ଚ୍ଚା କରିଥିଲେ ଶେହନାଜଙ୍କର । ଏବଂ ପାର୍ଟି ସରିବା ପରେ ତାଙ୍କୁ ଚାଡିବାକୁ ମଧ୍ୟ ଆସିଥିଲେ । ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖାଯାଉଛି ଶେହନାଜ ସଲମାନଙ୍କ ହାତକୁ ଧରି ଟାଣି ଟାଣି ନିଜ ଗାଡି ପାଖକୁ ନେଉଛନ୍ତି । ଶେହନାଜ ଅଳି କରୁଥିଲେ ତାଙ୍କ ନିକଟରେ । ଏହି ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି । ସଲମାନଙ୍କ ଅଗାମୀ ଫିଲ୍ମ କଭି ଇଦ୍ କଭି ଦିୱାଲୀରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି ।
https://www.instagram.com/reel/CdHJFb1Ksdk/?utm_source=ig_web_button_share_sheet