ହାତୀ ଉପଦ୍ରଵ : ଭାଙ୍ଗିଲା ଘର ,ଖାଇଗଲା ଚାଉଳ ଓ ଧାନ

ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଉପଦ୍ରଵ ।

(ମୟୁରଭଞ୍ଜ) : ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଉପଦ୍ରଵ । ଘର ଭାଙ୍ଗି ଚାଉଳ ଓ ଧାନ ଖାଇଗଲେ ହାତୀ । ବାଲେଶ୍ୱର ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ପାଳସିଆ ଓ ତାଳମେଢ଼ି ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଜନବସତିକୁ ଏକ ଦନ୍ତା ପଶି ଘରର କାନ୍ଥ ଭାଙ୍ଗିବା ସହ ଚାଉଳ, ଧାନ ଖାଇ ସହ ନଷ୍ଟ କରିଛି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ସୂଚନାନୁଯାୟୀ , ହାତୀଟି ମୟୂରଭଞ୍ଜ ବଡାମ ଜଙ୍ଗଲରେ କିଛି ଦିନ ହେଲା ଆସି ଗାଁ ନିକଟରେ ରହିଛି। ଆଖପାଖ ଅଞ୍ଚଳର ପଶି ପ୍ରତିଦିନ ପରିବା ଚାଷ ବି ନଷ୍ଟ କରୁଛି ହାତୀ। ଗତକାଲି ସନ୍ଧ୍ୟାରେ ଗାଁ ମୁହାଁ ହୋଇଥିଲା ହାତୀ। ଏଥିପାଇଁ ବିଦ୍ୟୁତ ସରବାହ ବନ୍ଦ କରି ଦିଆଯାଇଥିଲା। ତେବେ ଗାଁରେ ପଶି ବିଳମ୍ବିତ ରାତିରେ ଘରର ଆସବାବପତ୍ର ସହ ଧାନ, ଚାଉଳ ନଷ୍ଟ କରିଛି।