ଭୁୁବନେଶ୍ୱର- ରାଜ୍ୟରେ ଦିନକୁ ଦିନକୁ ବଢିବାରେ ଲାଗିଛି ଧଳାଜହର କାରବାର ।କୋଟିଏ ଟଙ୍କାରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ । ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ସୂଚନା ଅନୁଯାୟୀ, ବ୍ରାଉନସୁଗାର କାରବାର ନେଇ ଗୁଇନ୍ଦା ବିଭଗରେ ସୂଚନା ମିଳିଥିଲା ।ଏହିକ୍ରମରେ ଏସ୍ଟିଏଫ୍ ଜଟଣୀ ରାଜାବଜାରରେ ଚଢାଇ କରିଥିଲା । ଏହି ଚଢାଉରେ ପ୍ରାୟ ୧ କେଜି ୩୨୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ହେବ ବୋଲି ସୂଚନା ମିଳିଛି । ଏହାସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଏବଂ ଗୋଟିଏ ପଲସର୍ ବାଇକ୍ ଜବତ ହୋଇଛି ।ସେହିପରି ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ୩ ଜଣ ହେଲେ ଜଟଣୀ ରାଜାବଜାର ଗଜପତିନଗରର ସେକ୍ ସମୀର ଏବଂ ସୟଦ୍ ଇମ୍ତିୟାଜ୍ ଏବଂ ପୁରୀ ଡେଲାଙ୍ଗ ହରିରାଜପୁରର ରତି ରଞ୍ଜନ ରାଉତରାୟ ବୋଲି ଜଣାପଡିଛି ।