ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମହିଳା ଦିବସ । ପ୍ରତ୍ୟେକ ବର୍ଷ ଏହି ଦିବସ ମାର୍ଚ୍ଚ ମାସ ୮ ତାରିଖରେ ପାଳନ କରା ଯାଇଥାଏ । ଏହିଦିନ ହେଉଛି ମହିଳାଙ୍କ ସାଂସ୍କୃତିକ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଉପଲବ୍ଧିଗୁଡ଼ିକୁ ସ୍ମରଣ କରିବାର ଦିନ। ଲିଙ୍ଗ ସମାନତା ହାସଲ ଦିଗରେ ହୋଇଥିବା ଉନ୍ନତି ଓ ମହିଳା ସଶକ୍ତୀକରଣର ସମୀକ୍ଷା କରି ବିଶ୍ବବ୍ୟାପୀ ମହିଳାଙ୍କ ସମାନ ଅଧିକାର ପ୍ରଦାନକୁ ତ୍ବରାନ୍ବିତ କରିବା ଏହି ଦିବସର ମହତ ଉଦ୍ଦେଶ୍ୟ। ଏହି ଅବସରରେ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Empowerment of women has always been at the heart of #Odisha's initiatives – be it #MissionShakti, #Mamata, #NutritionBudget & participation of women in legislation. On #WomensDay, let’s celebrate their leadership and pledge to create more such leaders in different spheres. pic.twitter.com/QGV746btzh
— Naveen Patnaik (@Naveen_Odisha) March 8, 2022
ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ଵିଟ୍ରେ ଲେଖିଛନ୍ତି ଯେ, ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହା ସହ ମହିଳାଙ୍କ ନେତୃତ୍ଵକୁ ସମ୍ମାନ ଦେବା ପାଇଁ ଆହ୍ଵାନ କରିଛନ୍ତି।୧୯୭୫ ମସିହାରୁ ପ୍ରେତ୍ୟକ ବର୍ଷ ମାର୍ଚ୍ଚ ୮ତାରିଖରେ ଜାତିସଂଘ ଆନୁକୂଲ୍ୟରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ ।