ବିବାହ ଭୋଜିରେ ଗୋଷ୍ଠୀ ସଂଘର୍ଷ

ହିଞ୍ଜିଳିକାଟୁରେ ଗୋଷ୍ଠୀ ସଂଘର୍ଷ । ବାହାଘର ଭୋଜି ଚାଲିଥିବା ବେଳେ, ଗୋଟିଏ ଗୋଷ୍ଟି ଆଉ ଗୋଟିଏ ଗୋଷ୍ଟି ଉପରେ ଆକ୍ରମଣ କରିଥିବା ସୂଚନା । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି, ଗୋଷ୍ଟି ସଂଘର୍ଷ ହୋଇଥିବା କୁହାଯାଉଛି । ଗୋଟିଏ ଗୋଷ୍ଟିର ଜଣେଏବଂ ଅନ୍ୟ ଗୋଷ୍ଟିର ଜଣେ ଗୁରୁତର ଭାବରେ ଆହତ ହେଇଛନ୍ତି । ଦୁଇ ଗୋଷ୍ଟିଙ୍କ ଘର ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଗ୍ରାମରେ । ଏପଟେ ଖବର ପାଇ ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାଜଣା ପଡ଼ିଛି।