ମହୁ ସଂଗ୍ରହ ବେଳେ ପଥର ଖୋଲରେ ଫସିଲେ ନାବାଳକ

ଜଙ୍ଗଲରୁ ମହୁ ସଂଗ୍ରହ କରିବା ହେଲା କାଳ । ଓଡଗାଁ ବାଉଁଶଗାଡିଆ ସ୍ଥିତ କାଣିପଦା ଜଙ୍ଗଲରେ ମହୁ ସଂଗ୍ରହ ବେଳେ ପଥର ଖୋଲରେ ଫସିଲେ ନାବାଳକ ।

ଆଜି ସକାଳେ ନାବାଳକ ଜଣକ ତାଙ୍କ ବଡ଼ ବାପାଙ୍କ ସହ ମହୁ ସଂଗ୍ରହ କରିବାକୁ ଓଡଗାଁ ବାଉଁଶଗାଡିଆ ସ୍ଥିତ ଜଙ୍ଗଲକୁ ଯାଇଥିଲେ । ତେବେ ଏକ ପଥର ଖୋଲ ଭିତରେ ମହୁ ସଂଗ୍ରହ କରୁଥିବାବେଳେ ନାବାଳକଙ୍କ ମୁଣ୍ଡ ଲାଖି ଯିବାରୁ ଆଉ ବାହାରକୁ ବାହାରି ପରି ନଥିଲେ । ଖବର ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟରେ ନୟାଗଡ଼ ଓ ଓଡଗାଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପଥର ଫାଙ୍କରେ ମୁଣ୍ଡ ଫସି ରହିଥିବାରୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିବା ପାଇଁ ନାକେଦମ୍ ହୋଇଥିଲେ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନାବାଳକ ସୁରକ୍ଷିତ ଉଦ୍ଧାର ହୋଇଛି । ନାବାଳକକୁ ଉଦ୍ଧାର ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ନିଆଯାଇଛି ।