ଟ୍ରକ ଧକ୍କାରେ ଚାଲିଗଲା ଜୀବନ । ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଠାରେ ଟ୍ରକ ଧକ୍କାରେ ଜଣେ ମୃତ ଓ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ଜଲିଆ ଦର୍ହ ଗ୍ରାମର ମଳୟ ସାହୁ ହୋଇଥିବା ବେଳେ ବଡବନ୍ଧ ଗ୍ରାମର ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ପେଟ୍ରୋଲ ଟ୍ରକ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିବାକୁ ପ୍ରସ୍ତୁତ ହୋଇ ଥିବା ସୂଚନା ରହିଛି ।