ଆଜି ବି ରାଜ୍ୟପାଲଙ୍କ ପାଖରୁ ନିରାଶ ହୋଇ ଫେରେିଲ ବିଜୟ ଥାଲାପତି । ତାମିଲଗା ଭେଟ୍ଟ୍ରି କାଝାଗମ (ଞଠକ) ତାମିଲନାଡୁ ବିଧାନସଭା ନିର୍ବାଚନରେ ୧୦୮ ସିଟରେ ବିଜୟ ଲାଭ କରିଛି । କିନ୍ତୁ ସରକାର ଗଠନ କରିବା ପାଇଁ ଯଥା ଅବଶ୍ୟକ ମ୍ୟାଜିକ ନମ୍ବରରୁ ଦୂରରେ ରହିଛି। ଅବଶ୍ୟ ବିଜୟ, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ବୁଧବାର ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ମାତ୍ର ତାଙ୍କୁ ଫେରାଇ ଦେଇଥିଲେ ରାଜ୍ୟପାଳ। ଏମିତିରେ ପୁଣି ଗୁରୁବାର ବିଜୟ ରାଜ୍ୟପାଳକୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ରାଜ୍ୟପାଳ ଦ୍ବିତୀୟ ଥର ମଧ୍ୟ ତାଙ୍କୁ ଫେରାଇଦେଇଛନ୍ତି ଏବଂ ୧୧୮ ବିଧାୟକଙ୍କ ଦସ୍ତକ୍ଷତ ଆଣି ଆସିବାକୁ କହିଛନ୍ତି।
ରିପୋର୍ଟ ଅନୁସାରେ, ରାଜ୍ୟପାଳ ବିଜୟଙ୍କୁ ୧୧୮ ବିଧାୟକଙ୍କ ଦସ୍ତକ୍ଷତ ହେବା ପରେ ହିଁ ଆସିବାକୁ କହିଛନ୍ତି। ରାଜ୍ୟପାଳ ବିଜୟଙ୍କୁ କହିଛନ୍ତି ଯେ, ଟିଭିକେ ଜରୁରୀ ନମ୍ବରରୁ ଏବେବି ପଛରେ ରହିଛି। ଆଉ କୌଣସି ଶପଥ ନେବା ପୂର୍ବରୁ ୧୧୮ ଦସ୍ତକ୍ଷତ ଆଣି ଆସନ୍ତୁ।ଆଉ ପ୍ରମାଣ କରନ୍ତୁ ଯେ, ଟିଭିକେ ପାଖରେ ବହୁମତ ଅଛି। ଏହା ପରେ ହିଁ ଶପଥ ହୋଇପାରିବ।’ ସୂଚନାଥାଉକି, ଦଳ ପାଖରେ ୧୦୮ ବିଧାୟକ ଥିବା ବେଳେ କଂଗ୍ରେସ ସର୍ମଥନ ପରେ ସଂଖ୍ୟା ୧୧୩ରେ ପହଞ୍ଚିଛି। ତଥାପି ଟିଭିକେ ମ୍ୟାଜିକ ନମ୍ବରରୁ ମାତ୍ର ୫ ସିଟରେ ଦୂରରେ ଅଛି। ସୂଚନାଥାଉକି, ବୁଧବାର ମଧ୍ୟ ବିଜୟ ରାଜ୍ୟପାଳଙ୍କୁ ୧୧୨ ବିଧାୟକଙ୍କ ସମର୍ଥନ ସହ ସାକ୍ଷତକାର କରିଥିଲେ। ଗୁରୁବାର ଭିସିକେ ଅର୍ଥାତ ବିଧୁଥଲାଇ ଚିରୁଥଇଗଲ କାଟଚୀ ମୁଖ୍ୟ ଥିରୁମବାଲବନ ରାଜ୍ୟପାଳଙ୍କୁ ବିଜୟଙ୍କୁ ଡକାଇ ଫ୍ଲୋର ଟେଷ୍ଟ କରିବା ସୁଯୋଗ ଦେବା ପାଇଁ ଅପିଲ କରିଛନ୍ତି। ସେ କହିଛନ୍ତି ବିଜୟ ସବୁଠୁ ବଡ଼ ପାର୍ଟିର ନେତା । ଆଉ ତାଙ୍କୁ କାର୍ୟ୍ୟାଳୟ ସମ୍ଭାଳିବା ଏବଂ ପରେ ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ସୁଯୋଗ ଦିଆଯିବା ଦରକାର।