ଦିଲ୍ଲୀ:- ଆଜି ଦିଲ୍ଲୀର କୈଳାସ ହିଲ୍ସ ଠାରେ, ଜଣେ ବରିଷ୍ଠ ଆଇ.ଆର.ଏସ ଅଧିକାରୀଙ୍କ ୨୨ ବର୍ଷୀୟା ଝିଅକୁ ତାଙ୍କ ଘରେ, ବଳାତ୍କାର ପରେ ହତ୍ୟା କରାଯାଇଥିଲା। ପୋଲିସର ସୂଚନା ଅନୁଯାୟୀ, ଘଟଣାଟି ପ୍ରାୟ ସକାଳ ୬ଟା ସମୟରେ ଘଟିଥିଲା । ଯେତେବେଳେ କି ଯୁବତୀ ଜଣକ ଘରେ ଏକା ଥିଲେ। ଆଇ.ଆର.ଏସ ଅଧିକାରୀ ଏବଂ ତାଙ୍କ ପତ୍ନୀ ସବୁଦିନ ପରି ଜିମ୍ ଯାଇଥିଲେ। କିନ୍ତୁ ସେମାନେ ଫେରିବା ପରେ, ଘରେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ଯୁବତୀ ଜଣକ ୟୁ.ପି.ଏସ.ସି ପାଇଁ ପ୍ରସ୍ତୁତି କରୁଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ତାଙ୍କୁ ପ୍ରଥମେ ବଳାତ୍କାର କରାଯାଇଥିଲା ଏବଂ ପରେ ମୋବାଇଲ୍ ଫୋନ୍ ଚାର୍ଜିଂ କେବୁଲ ସାହାଯ୍ୟରେ ହତ୍ୟା କରାଯାଇଥିଲା। ପୋଲିସର ସୂଚନା ଅନୁଯାୟୀ, ୧୯ ବର୍ଷୀୟ ରାହୁଲ ମୀନା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ।