୬ ଦିନ ବିତିଲା ୟୁକ୍ରେନ-ରୁଷ ଯୁଦ୍ଧ । ହେଲେ ଥମିଲାନି ଆକ୍ରମଣ । ବୋମାମାଡ ସାଙ୍ଗକୁ ମିଶାଇଲ ମାଡ । ଯୁଦ୍ଧରେ ଚାଲିଯାଉଛି ସାଧାରଣ ନାଗରିକଙ୍କ ଜୀବନ ଏବଂ ସୈନିିକଙ୍କ ଜୀବନ । କିନ୍ତୁ ଆକ୍ରମଣରେ ପ୍ରତି ଆକ୍ରମଣ ଚାଲୁରହିଛି । ସେପଟେ ଏହି ଯୁଦ୍ଧ ଭିତରେ ଫସିରହିିଛନ୍ତି ଅନେକ ଭାରତୀୟ । ସେଥିମଧ୍ୟରୁ କିଛି ଭାରତୀୟ ଛାତ୍ରଛାତ୍ରୀ ବଙ୍କର ଭିତରେ ଫସିରହିଛନ୍ତି । ଯେଉଁ ମାନଙ୍କ ପାଖରେ ନାହିିଁ ଖାଇବା ଜିନିଷ, ବଙ୍କର ଭିତରେ ଫ୍ରିଜିିଙ୍ଗ ଟେମ୍ପରେଚର । ସେଥିପାଇଁ ଛାତ୍ରଛାତ୍ରୀ କକହିଛନ୍ତି, ଆମକୁ ଏଠୁ ନେଇଯାଅ, ନହେଲେ ମରିଯିବୁ । ନ୍ୟୁଜ୍ ଏଜେନ୍ସି ମାଧ୍ୟମରେ ଏପରି ବିକଳ ନିବେଦନ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ସହ କଥା ହେଉଥିବାବେଳେ କାନ୍ଦି ପକାଇଥିଲେ ମେଡିକାଲ ଛାତ୍ର ଅସୋୟୁନ୍ । ଆଉ କହିଥିଲେ ‘ଖାରକିବର ପରିସ୍ଥିତି କଥା ନକହିଲେ ଭଲ । ଏଠି ଖାଇବାକୁ କିଛି ନାହିଁ । ବଙ୍କର ଭିତରେ ପଡି ରହିଛୁ । ଔଷଧ ଟିକେ ବି ମିଳୁନି । ଏଠାରେ ସ୍ଥାନୀୟ ନାଗରୀକଙ୍କୁ ପ୍ରାଥମିକତା ଦିଆଯାଉଛି । ଏଠାରେ ତାପାମାତ୍ରା ଏତେ କମ୍ ଯେ, ଚାରିଆଡେ ବରଫ ଜମା ହୋଇ ରହିଛି । ବାହାରେ ଖାଲି ବୋମା ଫୁଟୁଛି । ଗତ ୪୮ ଘଣ୍ଟା ମଧ୍ୟରେ ତାଙ୍କ ପାଖରେ ଖଣ୍ଡେ ବ୍ରେଡ୍ ଛଡା ଆଉ କିଛି ନାହିଁ । ଖାଇବା ଦୂରର କଥା ପାଣି ଟିକେ ପିଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି’ । ୟୁକ୍ରେନ ସରକାରଙ୍କ ଠାରୁ ଯାହା ବି ସାହାଯ୍ୟ ମିଳୁଛି ସେଥିପାଇଁ ପ୍ରଥମେ ୟୁକ୍ରେନ ନାଗରିକଙ୍କୁ ହିଁ ପ୍ରାଥମିକତା ଦିଆଯାଉଛି । ବର୍ତ୍ତମାନ ସୂଚନା ମୁତାବକ, ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଜୋରଦାର ହୋଇଛି ଅପରେସନ୍ ଗଙ୍ଗା । ଏହାସହ ୟୁକ୍ରେନ ତଥା ଏହାର ସୀମାରେ ଶରଣ ନେଇଥିବା ଭାରତୀୟଙ୍କୁ ଆଣିବାକୁ ୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଦାୟୀତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।