(ଦିଲ୍ଲୀ) : ନୂଆ ଲୁକରେ ଭାରତୀୟ କ୍ରିଟେ ଟିମ୍ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି । ସବୁଠାରୁ ବଡ କଥା ହେଉଛି ଏଥର ତାଙ୍କ ହାତରେ ବ୍ୟାଟ୍ ପରିବର୍ତେ ପିସ୍ତଲ ଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଫ୍ୟାନମାନେ ।
ସୂଚନାନୁଯାୟୀ, ମହେନ୍ଦ୍ର ସିଂ ଧୋନି ନିଜକୁ ଫିଟ୍ ରଖିବା ପାଇଁ ରାଞ୍ଚି ଷ୍ଟାଡିୟମରେ ଅଧିକାଂଶ ସମୟ ବିତାଉଛନ୍ତି। ଏପରିକି ସେଠାରେ ବ୍ୟାଟିଂ ପ୍ରାକ୍ଟିସ ସହିତ ଟେନିସ୍, ଫୁଟବଲ ମଧ୍ୟ ଖେଳନ୍ତି। ଜିମ୍ରେ ଝାଳ ବୁହାନ୍ତି, ଏହା ସହିତ ସୁଇମିଂ କରିବାର ମଜା ମଧ୍ୟ ନିଅନ୍ତି। ଏଥର ଧୋନି ନେଟ୍ରେ ବ୍ୟାଟିଂ ପ୍ରାକ୍ଟିସ୍ କରିବା ପରେ ସୁଟିଂ ରେଞ୍ଜରେ ପହଁଞ୍ଚିଥିଲେ। ସେଠାରେ ଧୋନି ବ୍ୟାଟ୍ ବଦଳରେ ବନ୍ଧୁକ ଧରି ଟାର୍ଗେଟ କରିଥିଲେ। ଏହି ସମୟରେ ଧୋନିଙ୍କ ସହିତ ଟେନିସ ପାର୍ଟନର ସୁମିତ ମଧ୍ୟ ଥିଲେ।