ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ଆମୋଲ ପାଲେକର
ପୁନେର ଦିନନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ଆମୋଲ ପାଲେକର।
(ମୁମ୍ବାଇ) : ପୁନେର ଦିନନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ଆମୋଲ ପାଲେକର। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ଅଛି।
ସନ୍ଧ୍ୟାଙ୍କ କହିବାନୁଯାୟୀ , “ଏହା ତାଙ୍କର ପୁରୁଣା ରୋଗ। ଅତ୍ୟଧିକ ଧୂମପାନ ହେତୁ ତାଙ୍କୁ ୧୦ ବର୍ଷ ପୂର୍ବେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।” ଅଭିନେତା ୭୦-୮୦ ଦଶକରେ ରଜନୀଗନ୍ଧା, ଛୋଟି ସି ବାତ, ନରମ ଗରମ,ଗୋଲମାଲ,ଭୂମିକା,ରଙ୍ଗ-ବିରଙ୍ଗି ଭଳି ଅନେକ ହିନ୍ଦୀ ଫିଲ୍ମରେ କାମ କରି ମଧ୍ୟବିତ୍ତ ହିରୋ ଭାବରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ।