(ଆନନ୍ଦପୁର) : ଭାରସାମ୍ୟ ହରାଇ ଓଲଟିଲା କାର୍। ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ୨୦ନଂ ଜାତୀୟ ରାଜପଥର କଲରାଗଡିଆ ଛକ ନିକଟରେ । ଫଳରେ କାର୍ରେ ଥିବା ସ୍ଵାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ଗ୍ରାମର ଏକ ଦମ୍ପତି ତାଙ୍କର ଦୁଇ ଶିଶୁଙ୍କୁ ସାଙ୍ଗରେ ଧରି ବଡବିଲ ଯାଉଥିଲେ। ଏହି ସମୟରେ କାର୍ଟି ଭାରସାମ୍ୟ ହରାଇ ଓଲଟି ପଡିଛି । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାଡିଛି ।