(ଜୟନ୍ତ କୁମାର ସେଠୀ): କୋଣାର୍କ ଚନ୍ଦ୍ରଭାଗା ଠାରେ ପରିଵେଶ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ବାଣ୍ଟିଲେ ବାଲୁକା ଶିଳ୍ଫୀ । ଅ।ର୍ନ୍ତଜାର୍ତିକ ବାଲୁକାକଳା ଉତ୍ସବ ୨୦୧୮ ର ୩ୟ ଦିବସରେ ବାଲୁକା ଶିଳ୍ପୀ ମାନେ ସେମାନଙ୍କ ନିକୁଣ କଳାରେ ପରିବେଶ ସୁରକ୍ଷା ସଂପର୍କରେ ଜନସଚେତନତା କର।ଇଛନ୍ତି । ବିଶେଷକରି ପ୍ଲାଷ୍ଟିକ ମୁକ୍ତ ସମାଜ, ଜଙ୍ଗଲ ନଷ୍ଟ ନ କରି ଜଙ୍ଗଲ ସୁରକ୍ଷା କରିବା ନେଇ ବାର୍ତା ବାଣ୍ଟିଛନ୍ତି ଵାଲୁକା ଶିଳ୍ଫୀ , ଯାହାକି ଅତି ହୃଦୟସ୍ପଶୀ ହୋଇପାରିଛି ଦର୍ଶକ ମାନଙ୍କର । ଦେଶ ବିଦେଶ ରୁ ଅ।ସିଥିବା ବାଲୁକା ଶିଳ୍ଫ ମାନଙ୍କର ଏହି ପରିବେଶ ସୁରକ୍ଷା ଅ।ଜି ଚନ୍ଦ୍ରଭାଗା ବେଳା ଭୂମିରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଛି ।
ଏହି କାର୍ୟ୍ୟକ୍ରମରେ ଦେଶ ବିଦେଶରୁ ବହୁ କଳାକାର ମାନେ ଆସି ସେମାନଙ୍କର କଳା ଦେଖାଇବାର ସୁଯୋଗ ପାଉଛନ୍ତି ବୋଲି ବାଲୁକା ଶିଳ୍ଫୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବାଲୁକା କଳାକାର ଓ ପର୍ୟ୍ୟଟକଙ୍କ ବୁର୍ଦ୍ଧି ହୋଇଛି ବୋଲି ମଧ୍ୟ ମତ ରଖିଛନ୍ତି ।