ଅଭିଜ୍ଞ ଭାରତୀୟ ପେସର ମହମ୍ମଦ ଶାମି ଅଗଷ୍ଟ 30 ତାରିଖରେ ବୃତ୍ତିଗତ କ୍ରିକେଟରେ 900 ୱିକେଟ ପୂରଣ କରିଥିଲେ। ସମସ୍ତ ଟି-20, ଲିଷ୍ଟ ଏ/ୱାନଡେ କ୍ରିକେଟ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ ସମେତ ବୃତ୍ତିଗତ କ୍ରିକେଟରେ 900 କିମ୍ବା ତା’ଠାରୁ ଅଧିକ ୱିକେଟ ନେବାରେ ଶାମି ହେଉଛନ୍ତି ଷଷ୍ଠ ଭାରତୀୟ ପେସର। ଦୁଲୀପ ଟ୍ରଫି 2026 ସେମିଫାଇନାଲର ପ୍ରଥମ ଦିନରେ ସେଣ୍ଟ୍ରାଲ ଜୋନ୍ ବୋଲିଂ ଅଲରାଉଣ୍ଡର ଅର୍ଶଦ ଖାନଙ୍କ ୱିକେଟ ନେଇ ଶାମି ଏହି ସଫଳତା ହାସଲ କରିଛନ୍ତି।
ବୃତ୍ତିଗତ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ପେସରମାନେ ହେଉଛନ୍ତି — କପିଲ ଦେବ (୧,୧୭୦ ୱିକେଟ୍), ଜାହିର ଖାନ (୧,୧୬୮ ୱିକେଟ୍), ଜୟଦେବ ଉନାଦକଟ (୯୪୧ ୱିକେଟ୍), ଜାଭଗଲ ଶ୍ରୀନାଥ (୯୪୦ ୱିକେଟ୍), ବିନୟ କୁମାର (୯୨୩ ୱିକେଟ୍)।