ମୁମ୍ବାଇ: ଖୁବଶୀଘ୍ର ହୋଇପାରେ ବର୍ଷର ବହୁ ପ୍ରତିକ୍ଷୀତ ଯୋଡିଙ୍କର ବାହାଘର । ଆଜି କିମ୍ବା କାଲି ଭିିତରେ କରିପାରନ୍ତି ଆଇନତଃ ବିବାହ । ଡିସେମ୍ବର ୯ରେ ରାଜସ୍ଥାନରେ ବଲିଉଡର ଚର୍ଚ୍ଚିତ ଯୋଡି ଭିିକି କୌଶଲ ଏବଂ କ୍ୟାଟ୍ରୀନା କେଫଙ୍କ ବାହାଘର ସମ୍ପୂର୍ଣ ରୀତିନିତିି ହିସାବରେ ଅନୁଷ୍ଠିିତ ହେବାକୁ ଯାଉଥିବା ବେଳେ ୭ ତାରିଖରୁ ଆରମ୍ଭ ହେଉଛି ପୂର୍ବ ପ୍ରସ୍ତୁତିି । ମାତ୍ର ମିଳୁଥିବା ଗସିପ ହିସାବରେ ଉଭୟ ଆଜି କିମ୍ବା କାଲି କୋର୍ଟରେ ବିବାହ କରିବାକୁ ପ୍ରସ୍ତୁତ ।
ପିଙ୍କଭିଲାଠାରୁ ମିଳିଥିବା ରିପୋର୍ଟ ମୁତାବିକ ଏହି ବାହାଘର, ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଆଧାରରେ ହୋଇପାରିବ । ୩ ଜଣ ସାକ୍ଷୀ ଏବଂ ମ୍ୟାରେଜ ରେଜିଷ୍ଟାରଙ୍କ ଉପସ୍ଥିତିରେ ଦିଆଯାଇଥିବା ରାଜିନାମାରେ ସ୍ୱାକ୍ଷର କରି ହୋଇପାରିବେ ପତି-ପତ୍ନୀ । ଏହାପରେ ଉଭୟ ନିଜ ପରିବାର ବର୍ଗଙ୍କ ସହ ରାଜସ୍ଥାନ ଯାଇ ଆନୁଷ୍ଠାନିକ ଭାବରେ ବାନ୍ଧି ହେବେ ବିବାହର ପବିତ୍ର ବନ୍ଧନରେ ।ସୂଚନା ହିସାବରେ ,ସଲମାନ ଖାନ ଏବଂ ତାଙ୍କ ପରିବାରଙ୍କୁ କୌଣସି ନିମନ୍ତ୍ରଣ ଦିଆଯାଇ ନଥିବା ବେଳେ ଆସିପାରନ୍ତି ଶାହାରୁଖ୍ ।