ନୂଆଦିଲ୍ଲୀ : ଗୁଆଟେମାଲା ପାଇଁ ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଛନ୍ତି ଓଡିଆ ଆଇଏଫଏସ ଅଫିସର । ୨୦୦୦ ବ୍ୟାଚର ଭାରତୀୟ ବିଦେଶ ସେବା ଅଧିକାରୀ ମନୋଜ କୁମାର ମହାପାତ୍ର ଗୁଆଟେମାଲାରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଖୁବଶୀଘ୍ର କାର୍ୟ୍ୟଭାର ଗ୍ରହଣ କରିବେ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେ ପୂର୍ବରୁ ବାଣିଜ୍ୟ ମନ୍ତ୍ରାଳୟ, ଓ୍ବାସିଂଟନରେ ଥିବା ଭାରତୀୟ ଦୂତାବାସ ଓ ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟରେ ଡେପୁଟି କନସୁଲ ଜେନେରାଲ ଭାବେ ଅବସ୍ଥାପିତ ଥିଲେ ।
ଗୁଆଟେମାଲ କେନ୍ଦ୍ରୀୟ ଆମରିକାର ଦେଶ । ଗୁଏଟେମାଲାର ଜନସଂଖ୍ୟା ୧.୬୯ ଥିବା ବେଳେ ଏହାର ରାଜଧାନୀ ଗୁଏଟେମାଲା ସିଟି । ଗୁଏଟେମାଲା ସହିତ ବାଣିଜିକ ସଂର୍ପକ ବଢିଛି । ୨୦୧୮ ମେ ରେ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଅଫିସିଆଲ ଭିଜିଟ୍ କରିଥିଲେ ।