ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ ଅଚଳ; ଜୁକରବର୍ଗ ହରାଇଲେ ୭ ବିଲିୟନ ଡଲାର
୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ସୋସିଆଲ ମିଡିଆ ଫେସବୁକ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍ । ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସ ଆପ ସେବା ବ୍ୟହାତ ହୋଇଥିବାରୁ ଅନେକ ୟୁଜରଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା
ନୂଆଦିଲ୍ଲୀ : ୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ସୋସିଆଲ ମିଡିଆ ଫେସବୁକ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍ । ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସ ଆପ ସେବା ବ୍ୟହାତ ହୋଇଥିବାରୁ ଅନେକ ୟୁଜରଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଗତକାଲି ଅପରାହ୍ନ ୪ଟାରୁ ସାଇଟ ଅକାମୀ ହୋଇଥିବା ପରିଲକ୍ଷିତ ହୋଇଥିଲା । ତେବେ ୫ଟା ୪୫ରୁ ଆଂଶିକ ଭାବେ ସେବା ପ୍ରଦାନ କରାଯାଇଥିଲା । ସେବା ଅଚଳ ନେଇ ପ୍ରାୟ ୨୦ ହଜାର ୟୁଜର ଅଭିଯୋଗ କରିଥିଲେ । ସେପଟେ ଏହି ବ୍ଲାକଆଉଟ ଲାଗି ଫେସବୁକ ଚିଫ୍ ଟେକ୍ନୋଲୋଜି ଅଫିସର ମାଇକ୍ ସ୍କ୍ରୋଇଫର ଦୁଃଖ ପ୍ରକାଶ କରିଛନ୍ତି ।
ଫେସବୁକର ସେୟାର ମଧ୍ୟରୁ ୨୦୦ କୋଟି ଦୈନିକ ସକ୍ରିୟ ୟୁଜରଙ୍କ ସଂଖ୍ୟା ଗତକାଲି ୪.୯ ପ୍ରତିଶତ ହ୍ରାସ ପାଇଥିଲା । ଆଭ୍ୟନ୍ତରୀଣ ତ୍ରୁଟି ଯୋଗୁ ଏହି ବ୍ଲାକ ଆଉଟ ହୋଇଥିଲା ବୋଲି ନିରାପତ୍ତା ବିଶେଷଜ୍ଞମାନେ କହିଛନ୍ତି । ସେପଟେ ଏହି ଘଟଣାରେ ଫେସବୁକ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ୟ୍ୟନିର୍ବାହୀ ମାର୍କ ଜୁକରବର୍ଗ କେଇ ଘଣ୍ଟାରେ ହରାଇଛନ୍ତି ୭ ବିଲିୟନ ଡଲାର । ଫେସବୁକର ଷ୍ଟକ ୪.୯ ପ୍ରତିଶତ ହ୍ରାସ ପାଇବା ଯୋଗୁ ଏହି ଘାଟା ସୃଷ୍ଟି ହୋଇଥିଲା
ଫେସବୁକରେ ଏହି ତ୍ରୁଟି ଯୋଗୁଁ ମାର୍କ ଜୁକରବର୍ଗ ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟସଆପ ଏବଂ ମେସେଞ୍ଜର ବର୍ତ୍ତମାନ ପୂର୍ବ ଭଳି କାମ କରିବା ଆରମ୍ଭ କରିଛି। ଆଜିର ବ୍ୟାଘାତ ପାଇଁ ଦୁଃଖିତ। ମୁଁ ଜାଣେ ଆପଣ ଆପଣଙ୍କ ସଂପର୍କୀୟ, ବନ୍ଧୁ ଓ ପରିବାରବର୍ଗଙ୍କ ସହ ଯୋଡ଼ି ହେବା ପାଇଁ ଆମ ସେବା ଉପରେ କେତେ ନିର୍ଭର କରନ୍ତି।