କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କଲା କଣିହାଁ ବିଜେପି

ଅନୁଗୁଳ /ଜ୍ୟୋତିରଞ୍ଜନ ଧର :ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟୋଗତା ଯୁବ କ୍ୟାବିନେଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ  କଣିହାଁ ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ବାଗତ ସ୍ଵମ୍ବର୍ଦ୍ଧନା ଦିଆଯାଇଛି। କଣିହାଁ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ୍‌ଙ୍କ ନେତୃତ୍ବରେ ଏକ ପ୍ରତିନିଧ୍ ମଣ୍ଡଳୀ  ରାତି ୯ଟାରେ ଭୁବନେଶ୍ଵରସ୍ଥିତ ଆଓସିଏଲ୍ ଗେଷ୍ଟ ହାଉସ୍‌ରେ ପହଁଚି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପୁଷ୍ପଗୁଛ ପ୍ରଦାନ କରିଥିଲେ। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଏକ ୪ ଦଫା ସମ୍ବଳିତ ସ୍କାରକପତ୍ର ପ୍ରଦାନ କରାଯାଇଥିଲା। କଣିହାଁରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା, କଣିହାଁ ଭଳି ଶିଳ୍ପ ସମୃଦ୍ଧି ଅଂଚଳରେ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା, ଗୋଡିବନ୍ଧ ଠାରୁ କଣିହାଁ ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତା ନିର୍ମାଣ ଏବଂ ଅଞ୍ଚଳବାସୀଙ୍କ ଯାତାୟତ ସୁବିଧା ପାଇଁ କଣିହାଁକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ଦଳ ଦାବିପତ୍ରରେ ଦର୍ଶାଇଥିଲା। ସ୍ମାରକପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ବଡ଼ଗୁଣ୍ଡରୀ ସରପଞ୍ଚ ଲୋକନାଥ ସାହୁ, ତାଳଚେର ବିଧାନସଭା କ୍ଷେତ୍ର ମିଡିଆସେଲ୍‌ ଅଧକ୍ଷ  ସୁଶାନ୍ତ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।