ଗୋପ/ଜୟନ୍ତ କୁମାର ସେଠୀ: ଆଜି ମଧ୍ୟାହ୍ନରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ପାର୍ଶ୍ଵରେ ଥିବା ରାମଚଣ୍ଡୀ ମନ୍ଦିର ପଛ ପଟ ମୁହାଁଣ ପାଶ୍ୱର୍ରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ହରିଣ। ହରିଣଟି ଗଭୀର ନଦୀ ଭିତରେ ଭାସୁଥିବା ଅବସ୍ଥାରେ ହଠାତ ଦେଖି ଉଦ୍ଧାର କରିନେଇଥିଲେ ଅଗ୍ନିଶମ ପ୍ରଶିକ୍ଷଣ ଶିବିରର ଶିବିରାର୍ଥୀ।
ସୂଚନାଅନୁଯାୟୀ, ଆଜି ମଧ୍ୟାହ୍ନରେ ରାମଚଣ୍ଡୀ ନିକଟରେ ଥିବା ଅଗ୍ନିଶମ ପ୍ରଶିକ୍ଷଣ ଶିବିରର କିଛି ଶିବିରାର୍ଥୀ ନଦୀ ଭିତରେ ପ୍ରଶିକ୍ଷଣ କରୁଥିବା ସମୟରେ ହଠାତ ଏକ ବିରଳ ପ୍ରଜାତିର ହରିଣ କେଉଁଆଡୁ ଚାଲି ଆସି କ୍ଷତାକ୍ତ ଅବସ୍ଥାରେ ନଦୀ ଭିତରେ ଭାସୁଥିବା ଦେଖିବାକୁ ପାଇଥିଲେ। ତେବେ ସଙ୍ଗେ ସଙ୍ଗେ ପ୍ରଶିକ୍ଷଣ କରୁଥିବା କିଛି ଶିବିରାର୍ଥୀ ବୋଟ ସାହାଯ୍ୟ ରେ ହରିଣ କୁ ଉଦ୍ଧାର କରିବା ସହ ସୁରକ୍ଷିତ ଭାବେ ନଦୀ ବାହାରକୁ ଆଣି କୋଣାର୍କ ରେଞ୍ଜ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ତାଙ୍କୁ ହସ୍ତାନ୍ତର କରିଥିଲେ।ହରିଣ ଟି କ୍ଷତାକ୍ତ ଥିବା ବେଳେ ତାର ପଛ ଗୋଡ଼ ର ଡାହାଣ ପାର୍ଶ୍ଵ ରେ ପୂର୍ବରୁ ଆଘାତ ଲାଗିଥିବା ବନ ଅଧିକାରୀ ବେଣୁଧର ବେହେରା ସୂଚନା ଦେଇଛନ୍ତି।ତେବେ ହରିଣ ଟି ସୁରକ୍ଷିତ ଥିବା ବେଳେ ତାର ପ୍ରଥମିକ ଚିକିତ୍ସା ପରେ ତାକୁ ପୁନଃ ଜଙ୍ଗଲ ଭିତରେ ଛଡା ଯିବ ବୋଲି ସୂଚନା ଦେଇଛନ୍ତି ବନ ଅଧିକାରୀ ତେବେ କୁଶଭଦ୍ରା ନଦୀ ରେ ପାଣି ପିଇବାକୁ ଆସିବା ସମୟ ରେ ଭୁଲ ବଶତଃ ନଦୀକୁ ଚାଲି ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି।