ସୋନପୁର/ଓମପ୍ରକାଶ ମିଶ୍ର: ସୋନପୁର ଟାଉନ ଥାନା ଅଧିକାରୀ ପସ୍ପେନ୍ଦୁ ସାଗରଙ୍କ ନେତୃତ୍ବରେ ଏକ ଟିମ ସହର ରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀକୁ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତ ବୈ।ଦ୍ଧ ଜିଲ୍ଲା ମନମୁଣ୍ଡାର ପ୍ରେମାନନ୍ଦ ମେହେର (୫୫) । ମନମୁଣ୍ଡା ପଟୁ ବାଇକ୍ରେ ଗଞ୍ଜେଇ ନେଇ ସୋନପୁର ପଟକୁ ଆସୁଥିବା ବେଳେ ତେଲନଦୀ କୂଳରେ ସେ ଧରା ପଡିଥିଲା। ପ୍ରେମାନନ୍ଦ ନିକଟରୁ ଏକ ପ୍ଲାଷ୍ଟିକ ବ୍ୟାଗରେ ଥିବା ୩ କେଜିଂ ୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହାସହ ତା ନିକଟରୁ ଏକ ବାଇକ ଏବଂ ମୋବାଇଲ ଜବତ ହୋଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।