ମାଟି ପାତ୍ର ରେ ପାଣି ପିଇଲେ ମିଳେ ଏହି ଉପକାର

(ରିପୋର୍ଟସ ଟୁଡେ) ଏସିଡିଟି ଏବେ ଏକ ସାଧାରଣ ସମସ୍ୟା। ଖାଦ୍ୟପାନୀୟରେ ଅନିୟମିତତା ହେଲେ ଏହି ସମସ୍ୟା ଦେଖାଦେଇଥାଏ। ହେଲେ ହାତ ପାହାନ୍ତାରେ ଥିବା କିଛି ଘରୋଇ ଉପଚାର ମାଧ୍ୟମରେ ଏହାକୁ ଦୂରେଇ ଦେବା ସହଜ।
ତାହାଲେ ଆସନ୍ତୁ ଜାଣିବା କିପରି

 ବିଶେଷ କରି ମାଟି ପାତ୍ରରେ ଥିବା ପାଣି ଶରୀରକୁ ସୁସ୍ଥ ରଖିବା ସହ ଶୀତଳତା ପ୍ରଦାନ କରିଥାଏ। ନିୟମିତ ମାଟି ପାତ୍ରର ପାଣି ପିଇଲେ ଅନେକ ରୋଗ ମଧ୍ୟ ଦୂରେଇ ଯାଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି।
 ମାଟି ପାତ୍ରର ପାଣି ପିଇଲେ ଥକ୍କାପଣ ଦୂର ହୋଇଥାଏ। ଏହାସହ ପେଟ ଓଜନିଆ ଲାଗୁଥିଲେ ମାଟିପାତ୍ର ପାଣି ଭଲ କାମ ଦିଏ।
 ମାଟି ପାତ୍ରର ମାଟି କୀଟାଣୁନାଶକ। ତେଣୁ ଏହା ପାଣିରେ ଥିବା ଦୂଷିତ ପଦାର୍ଥକୁ ବାହାର କରିଦେଇଥାଏ।
 ସକାଳୁ ଖାଲି ପେଟରେ ମାଟି ପାତ୍ରର ପାଣି ପିଇଲେ ହୃତପିଣ୍ଡ ଓ ଆଖି ସୁସ୍ଥ ରହିଥାଏ।
 କ୍ଷତ ସ୍ଥାନରେ ମାଟି ପାତ୍ରର ପାଣି ଢାଳିଲେ ରକ୍ତ ବାହାରିବା ବନ୍ଦ ହୋଇଯାଇଥାଏ।
 ଗଳା, ଖାଦ୍ୟନଳୀ ଓ ପେଟ ପୋଡାଜଳା ପାଇଁ ମାଟି ପାତ୍ରର ପାଣି ଭଲ କାମ ଦେଇଥାଏ।
 ନିୟମିତ ଭାବେ ମାଟି ପାତ୍ରକୁ ସଫା କରି ପାଣି ରଖିବା ଭଲ, ହେଲେ ଏହାର ଭିତର ଅଂଶକୁ ରଗଡି ମାଜିବା ଉଚିତ୍‌ ନୁହେଁ। ଏମିତି କଲେ ଏଥିରେ ଥିବା ଛିଦ୍ରସବୁ ବନ୍ଦ ହୋଇଯାଇଥାଏ ଓ ପାଣି ଥଣ୍ଡା ହୋଇ ନ ଥାଏ।