ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା. ସଂଜୀବ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମ୍ୟାଲେରିଆ ରୋଗର ପ୍ରତିରୋଧ ଓ ନିରାକରଣ ସମ୍ପର୍କିତ ଭିନ୍ନଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଏହି ଅବସରରେ ବିପିଏମ ଅକ୍ଷୟ ମିଶ୍ର, ପିଏଚଇଓ ଅନୁପ ସିଂ ମାଝୀ, ଭିବିଡିଟିଏସ ଦିବ୍ୟ ରଞ୍ଜନ ନାଏକ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶକା ବୈଦେହୀ ଓ ଲ୍ୟାବ୍ ଟେକ୍ନିସିଆନ୍ ଯଦୁମଣି ବୈଠାରୁ ସହିତ ଅନ୍ୟାନ୍ୟ ଅଧିକାରୀମାନେ ମଞ୍ଚାସୀନ ଥିଲେ ।
![]()
ମ୍ୟାଲେରିଆର କାରଣ, ଲକ୍ଷଣ ଓ ପ୍ରତିରୋଧ ପଦକ୍ଷେପ ବିଷୟରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ହିଁ ଏହି ରୋଗକୁ ନିୟନ୍ତ୍ରଣ କରିବାର ମୂଳ ଉପାୟ ବୋଲି ଉଲ୍ଲେଖ କରିଥିଲେ । ଏବର୍ଷର ମୂଳ ବିଷୟବସ୍ତୁ ହେଲା ମ୍ୟାଲେରିଆକୁ ଶେଷ କରିବା ପାଇଁ ସଂକଳ୍ପବଦ୍ଧ: ଏବେ ଆମେ କରିପାରିବା, ଏବେ ଆମକୁ କରିବାକୁ ହେବ, ଏହାକୁ ସାର୍ଥକ କରିବା ପାଇଁ ସମସ୍ତଙ୍କୁ ଏକତ୍ର ହୋଇ କାମ କରିବାର ଆହ୍ୱାନ ଜଣାଯାଇଥିଲା । ଏହା ସହ ମ୍ୟାଲେରିଆ ନିରାକରଣ ପାଇଁ ସଚେତନତା ବଢ଼ାଇବା ଓ ପ୍ରତ୍ୟେକ ଘରକୁ ଏହି ବାର୍ତ୍ତା ପହଞ୍ଚାଇବା ଉପରେ ଜୋର ଦିଆଯାଇଥିଲା ।
