ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅଫିସ ସମ୍ମୁଖରେ ମଙ୍ଗଳବାର ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । କୋଭିଡରେ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ପ୍ରଦାନ, ସମସ୍ତ ପ୍ରବାସୀ ଶ୍ରମିକ ଓ ଅସଂଗଠିତ ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ମାଗଣା ରାସନ ଯୋଗାଇ ଦେବା, ଯୁଦ୍ଧକାଳୀନ ଭିତିରେ ସମସ୍ତଙ୍କୁ କୋଭିଡ ଟୀକାକରଣ କରିବା ଦାବି ନେଇ ଦଳର କର୍ମୀମାନେ କଣିହାଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି କଣିହାଁ ବଜାର ପରିକ୍ରମା କରି ବ୍ଲକ ଅଫିସ ସମ୍ମୁଖରେ ପହ ବିକ୍ଷୋଭ କରିଥିଲେ । ସେଠାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଦଳର କଣିହାଁ ଆଂଚଳିକ କମିଟି ସଂପାଦକ ପ୍ରହ୍ଲାଦ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ଦଳର ରେଙ୍ଗାଳି ଜୋନ ସମ୍ପାଦିକା ମାନସୀ ସ୍ଵାଇଁ, ପରମାନନ୍ଦ ସାହୁ, ଟୁନା ନାଏକ, ଜୟସେନ ମେହେର, କୈଳାସ ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଦାବିପୂରଣ କରିବାକୁ ଦଳ ପକ୍ଷରୁ ୩ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗଦାଶିଳା ସରପ ଜେମାମଣି ନାଏକ, ପ୍ରଗତିବାଳା ନାୟକ, ଅଜୟ ନାଏକ, ଉଲ୍ଲାସ ମୁଦୁଲୀ, ଅନିଲ ନାଏକ, ମିନତା ସାମଲ ପ୍ରମୁଖ ସାମିଲ ଥିଲେ