୧୭୫ ଗ୍ରାମର ବ୍ରାଉନ ସୁଗାର ସହ ଜଣେ ଗିରଫ

ଭଦ୍ରକ(ସେକ ଫୈଜାନ କାଦ୍ରୀ)- ଭଦ୍ରକରେ ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି । ପୁଣି ଭଦ୍ରକ ଗୁଆମାଳ ଛକରୁ ୧୭୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବା ସୂଚନା ମିଳିଛି । ଆଜି କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଶିବ ମନ୍ଦିର ଆଗରେ ବ୍ରାଉନ ସୁଗାର ନେଇ ଯାଉଥିବା ଅଭିଯୁକ୍ତକୁ ଅଟକାଇଥିଲା । ଅଭିଯୁକ୍ତକୁ ଯାଞ୍ଚ କରିବାରୁ ତା ପାଖରୁ ୧୭୫ ଗ୍ରାମର ବ୍ରାଉନ ସୁଗାର ସହ ଏକ ଗାଡ଼ି ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଗୁଇଦା ବିଭାଗ । ଗିରଫ ଯୁବକ ହେଉଛି ତପନ କୁମାର ବେହେରା । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୭ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି କଟକ ଅବକାରୀ ବିଭାଗ ସୂଚନା ଦେଇଛି । ତେବେ ଅଭିଯୁକ୍ତ ନାମରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି ।