ଆଇପିଏସଙ୍କ ଅଫିସରଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ରାୟପୁର : ଆଇପିଏସ ଅଫିସର ଜିପି ସିଂହଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ କରିଛି ଛତିଶଗଡ ପୋଲିସ । କିଛି ଦିନ ତଳେ ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଜିପି ସିଂହଙ୍କୁ ନିଲମ୍ବନ କରିଦିଆଯାଇଥିଲା । ନିଲମ୍ବିତ ହେବା ପୂର୍ବରୁ ଆଇପିଏସ୍ ଜିପି ସିଂହଙ୍କ ଘରେ ରାଜ୍ୟରେ ଏସିବି ଓ ଅର୍ଥନୀତିକ ଅପରାଧ ଶାଖା ପକ୍ଷରୁ ରେଡ୍ କରିଥିଲା। ରେଡ୍ ବେଳେ ତାଙ୍କ ପାଖରୁ ମିଳିଥିବା ଦସ୍ତବିଜ୍ ସମସ୍ତଙ୍କୁ ଚକିତ କରିଛି। ସେ ରାଜ୍ୟରେ ବିଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ବିଦ୍ୱେଶ ଓ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଏହି ଦସ୍ତାବିଜକୁ ଯାଞ୍ଚ କରିବା ପରେ ସାମ୍ନାକୁ ଆସିଛି। ନିର୍ବାଚିତ ସରକାରଙ୍କ ବ୍ୟତୀତ ଲୋକ ପ୍ରତିନିଧିମାନଙ୍କ ବିରୋଧରେ ମଧ୍ୟ ଜିପି ସିଂହ ଷଡ଼ଯନ୍ତ୍ର କରୁଥିବା ପୁଲିସ୍ ଜାଣିବାକୁ ପାଇଛି। ଜିପିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ୧୨୪ ଏ ଏବଂ ୧୫୩ ଏ ଭଳି ଧାରା ଲାଗୁ ହୋଇଛି ।