୨୫୦୦ କୋଟିଟଙ୍କାର ହେରୋଇନ୍ ଜବତ, ୪ ଅଭିଯୁକ୍ତ ଗିରଫ

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ୨୫୦୦ କୋଟିଙ୍କାର ହେରୋଇନ ଦିଲ୍ଲୀପୋଲିସ ଦ୍ୱାରା ଜବତ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗରିଫ କରିଛି ଦିଲ୍ଲୀ ପୋଲିସ । ପ୍ରଥମ ଥର ପାଇଁ ଦୀଲ୍ଲୀ ସ୍ପେସିଆଲ ସେଲ ୩୫୪ କିଲୋଗ୍ରାମର ହେରୋଇନ ଜବତ କରିଥିବା ନେଇ ପ୍ରକାଶ କରିଛି । ଏତେ ପରିମାଣର ଗଞ୍ଜେଇ ଆଫଗାନିସ୍ଥାନରୁ ମୁମ୍ବାଇ ଦେଇ ଦିଲ୍ଲୀ କୁ ଆସିଅଛି । ଏହି ମଧ୍ୟପ୍ରଦେଶର ଶିବପୁରା ଫ୍ୟାକ୍ଟ୍ରିରେ ପ୍ରସେସ କରାଯାଇ ଫରିଦାବାଦର ଏକ ଭଡା ଘରେ ଲୁଚାଇ ରଖାଯାଇଥିଲା ବୋଲି ଦିଲ୍ଲୀ ପୋଲିସ ପ୍ପେସିଆଲ ସେଲର ମୁଖ୍ୟ ନିରଜ କୁମାର କହିଛନ୍ତି ।