ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର:- ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଖରିଡା ଗାଁରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ, ଚିଠି ଲେଖିଛନ୍ତି ବିରୋଧୀ ଦଳର ନେତା ।ଜଣେ ଗର୍ଭବତୀ ମହିଳାଙ୍କୁ ତା’ର ତିନି ବର୍ଷର ଝିଅ ସାମ୍ନାରେ ଅତି ନିର୍ମମ ଭାବରେ ହତ୍ୟା ଘଟଣାକୁ ନେଇ, ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ନବୀନ । ମା’ର ଶବ ପାଖରେ କୁନି ଝିଅଟିର କାନ୍ଦ, ପୁରା ରାଜ୍ୟକୁ ସ୍ତବ୍ଧ କରିଛି ।

ତେଣୁ ନବୀନ ଲେଖିଛନ୍ତି, ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ, ଏଥି ପ୍ରତି ତୁରନ୍ତ କାର୍ଯ୍ୟନିଷ୍ଠାନ ନିଅନ୍ତୁ । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଏବଂ  ୩ ବର୍ଷର ଝିଅଟିକୁ ସରକାରୀ ସହାୟତା, କ୍ଷତିପୂରଣ ଏବଂ ଥଇଥାନ କରାଯାଉ। ମହିଳା ଜଣକ ଧାରଣାରେ ବସିଥିବା ବେଳେ ପୋଲିସ କାହିଁକି କୌଣସି ପ୍ରତିକାରମୂଳକ ପଦକ୍ଷେପ ନେଲାନି, ସେଥିପାଇଁ ତଦନ୍ତ କରାଯାଉ। ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଏବଂ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ନବୀନ ପଟ୍ଟନାୟକ ଏହି ଚିଠିରେ ଦାବି କରିଛନ୍ତି।