ସେବା କାର୍ଯ୍ୟ ପାଇଁ କିନ୍ନର ଚିନ୍ମୟୀ ଦାସଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରିୟଜନଙ୍କୁ ହରାଇବାର କଷ୍ଟ ଠାରୁ ଅଧିକ ବଳିଯାଉଛି ଶବକୁ ଶେଷ ବିଦାୟ ଦେଇ ନ ପାରିବା । କିନ୍ତୁ ଏହି ଶବର ଶେଷ ମୁହୂର୍ତ୍ତରେ ଏକ ଛିଡା
(ଅନୁଗୁଳ) : କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରିୟଜନଙ୍କୁ ହରାଇବାର କଷ୍ଟ ଠାରୁ ଅଧିକ ବଳିଯାଉଛି ଶବକୁ ଶେଷ ବିଦାୟ ଦେଇ ନ ପାରିବା । କିନ୍ତୁ ଏହି ଶବର ଶେଷ ମୁହୂର୍ତ୍ତରେ ଏକ ଛିଡା ହୋଇ ନିଜର ସାହସର ଧାର୍ଯ୍ୟ ଦେଖାଇଛନ୍ତି କିନ୍ନର ଚିନ୍ମୟୀ ଦାସ। ଅନୁଗୁଳ ଜିଲ୍ଲାର ଜରପଡ଼ା ଅଞ୍ଚଳରେ ଏକ ଲେଡିଜ୍ କଣ୍ଠର କରିଥିବା ଚିନ୍ମୟୀ କିନ୍ତୁ ଏଭଳି ବଦାନ୍ୟତା ପାଇଁ କାହାଠାରୁ ସାହାଯ୍ୟ ନ ନେଇ ଏହା ନିଜର ନିଶା ଭାବେ ଗ୍ରହଣ କରିନେଇଛନ୍ତି ।
ଏଥି ନିମନ୍ତେ ତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧୁବାଦ ଜଣାଇ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ ,କୋଭିଡ ସମୟରେ ଗରିବ, ଅସହାୟଙ୍କ ଶବ ସତ୍କାର କରି ଅନୁଗୋଳ ଜିଲ୍ଲା ଜରପଡ଼ା ଅଞ୍ଚଳର ଚିନ୍ମୟୀ ଦାସ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। ଏପରି ଉତ୍ସର୍ଗୀକୃତ ସେବା କାର୍ଯ୍ୟ ତାଙ୍କୁ ସମସ୍ତଙ୍କଠାରୁ ସ୍ୱତନ୍ତ୍ର କରିଛି। ସମସ୍ତଙ୍କ ପାଇଁ ସେ ପ୍ରେରଣାର ଉତ୍ସ, ତାଙ୍କୁ ମୋର ସାଧୁବାଦ ଜଣାଉଛି।

ସ୍ଥାନୀୟ ଅଞ୍ଚଳର ଗରିବ, ଦୁଃଖ୍ ବେସାହାରାଙ୍କୁ ସାହାରା ଦେବା ସହ ସେମାନଙ୍କ ବିପଦରେ ଛିଡ଼ା ହେବା ପାଇଁ ଚିନ୍ମୟୀ ଏଭଳି ସେବାରାସ୍ତାରେ ପାଦ ଥାପିଛନ୍ତି। ଦିନେ ସମାଜ ଆନ୍ଧ୍ରରେ ଅବହେଳିତ ଓ ଘୃଣ୍ୟ ପାଲଟିଥିବା କିନ୍ନର ଚିନ୍ମୟା ଏବେ ସମସ୍ତ କରୋନା ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଦେବଦୂତ ସଦୃଶ। ଯାହାକି ତାଙ୍କୁ ଅନ୍ୟମାନଙ୍କ ଆଗରେ କେବଳ ପ୍ରଶଂସିତ କରିନି; ଏଥୂପାଇଁ ତାଙ୍କ ମର୍ଯ୍ୟାଦା ବି ବଢ଼ାଇଛି।