ଅସଦାଚରଣ ଅଭିଯୋଗ ରେ ବ୍ୟାଙ୍କ ନିର୍ଦ୍ଦଶକ ଗିରଫ

(ରିପୋର୍ଟସ ଟୁଡେ) ମହିଳା ଓ ଯୁବତୀମାନଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ରାଉରକେଲାର ମହାନଗରରର ରଘୁନାଥପାଲି ପୁଲିସ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଗ୍ରାମୀଣ ସ୍ୱରୋଜଗାର ଯୋଜନା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଏସ୍‌ବିଆଇର ଅଧିକାରୀ ରଞ୍ଜନ କୁମାର ନନ୍ଦୀ ତାଲିମ ଦେବା ବାହାନାରେ ମହିଳା ଓ ଯୁବତୀଙ୍କୁ ଅସଦାଚରଣ କରୁଥିଲେ। ସେ ମହିଳା ଏବଂ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ। ଏପରିକି ମହିଳା ଏବଂ ଯୁବତୀମାନେ ଯେଉଁଠାରେ ତାଲିମ ନେଉଥିଲେ, ରାତିରେ ମଧ୍ୟ ଅଚାନକ ପହଞ୍ଚି ଯାଉଥିଲେ। ଗ୍ରାମୀଣ ଅଞ୍ଚଳରୁ ଆସିଥିବା ମହିଳାମାନେ ପ୍ରଥମେ ପ୍ରଥମେ କିଛି ଜାଣି ପାରୁ ନଥିଲେ ମଧ୍ୟ ପରେ ପରେ ଅଧିକାରୀ ରଞ୍ଜନ ନନ୍ଦୀଙ୍କ ବ୍ୟବହାର ତାଙ୍କୁ ଖରାପ ଲାଗିଥିଲା ଫଳରେ ସେମାନେ ଆଜି ପୂର୍ବାହ୍ନରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ।