ଜୁନ 15 ତାରିଖ ଯାଏ ଜଗା ଦର୍ଶନ ବନ୍ଦ

ଗୋପ/ଜୟନ୍ତ କୁମାର ସେଠୀ:   କୋଭିଡର ଦ୍ୱିତୀୟ ଲହର ଥମିବାର ନା ଧରୁ ନ ଥିବା ବେଳେ ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଥିବା ଦର୍ଶନ କଟକଣା ବଢ଼ାଇ ଦିଆଯାଇଛି। ଜୁନ 15 ତାରିଖ ଯାଏ ଦର୍ଶନ କଟକଣା ଅବଧି ବଢାଯାଇଛି। ଏ ନେଇ ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ହୋଇଛି। ସେବାୟତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରି ସ ନ କୁମାର ଏ ନେଇ ବୈଠକରେ ଉପସ୍ଥିତ ଥିଲେ।ତେବେ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ସମେତ , ସେବାୟତ ଙ୍କୁ କୋଭିଡ ଟୀକା କରଣ ଓ ଟେଷ୍ଟ ସବୁ କିଛି ପୂର୍ଵ ନିଷ୍ପତ୍ତି ଅନୁଯାୟୀ କୋଭିଡ କଟକଣା ରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।