ଦୁଇ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଫେଇ କର୍ମଚାରୀଙ୍କ ଧାରଣା

(ବନବାସୀ ପ୍ରଧାନ) : ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀମାନେ ଦୁଇଦଫା ଦାବୀ ନେଇ ଏନଏସି ଅଫିସ ନିକଟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟରେ ବସିଛନ୍ତି । ଏପଟେ ସଫେଇ କର୍ମଚାରୀମାନେ ଦୁଇଦିନ ହେଲା ଧର୍ମଘଟରେ ବସିଥିବାରୁ ପ୍ରତ୍ୟେକ ଗଳି କନ୍ଦିରେ ଅଳିଆ ଆର୍ବଜନା ଗଦା ହୋଇ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଛି । ରାସ୍ତାଘାଟରେ ଅଳିଆ ଆର୍ବଜନା ଜମା ହୋଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଫେଇ କର୍ମଚାରୀଙ୍କ ଇପିଏଫ ନାମରେ ହଡପ ଟଙ୍କା ଫେରସ୍ତ, ସଫେଇ କର୍ମଚାରି ଘୃଣ୍ୟ ନୁହେଁ,ସଫେଇ କର୍ମଚାରିକୁ ଅଶୁ ଚିକିତ୍ସା ସୁବିଧା,ଇତ୍ୟାଦି ଦାବୀରେ ଅନିଦିଷ୍ଟ କାଳ ପଯ୍ୟନ୍ତ ଧର୍ମଘଟ କରିବାକୁ ପ୍ରକାଶ କରିଛନ୍ତୀ ।ଦୁଇଦିନ ବସିରହିଥିଲେ ମଧ୍ୟ ବତ୍ତମାନ ସୁଧା ଏହାର ସମାଧାନ ପାଇଁ ଧର୍ମଘଟ ସ୍ଥଳକୁ କୈଣସି ଉଳ୍ଳ ପଦସ୍ତ ଅଧିକାରୀ ଆସିନଥିବା ଜଣାପଡିଛି । ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନହେବ ସେ ପଯ୍ୟନ୍ତ ଏହି ଧର୍ମଘଟ ଚାଲୁରହିବ ବୋଲି ସଫେଇ କର୍ମଚାରି ସଂଘ ପ୍ରକାଶ କରିଛନ୍ତୀ ।