୧୨ଜଣ ଓଏଏସ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ୧୨ଜଣ ଅଧିକାରୀଙ୍କ ବଦଳି ହୋଇଛି । ମଧୁସୂଦନ ଦାସଙ୍କୁ ଭଦ୍ରକର ଏଡିଏମ ଭାବେ ଦାୟିତ୍ୱ ମିଳିଥିବାବେଳେ ମହେଶ କୁମାର ଚୌଧୁରୀଙ୍କୁ ଗଞ୍ଜାମର ଆରଆଇସି ଭାବେ ନିଯୁକ୍ତି କରାଯାଇଛି । ଇନ୍ଦ୍ରମଣୀ ନାୟକଙ୍କୁ ଭଦ୍ରକର ଡିଆରଡିଓର ପିଡି, ଅନାମ ଚରଣ ପାତ୍ରଙ୍କୁ ଗଜପତି ଡିଆରଡିଓର ପିଡି, ସମ୍ବିତ କୁମାର ନାୟକଙ୍କୁ ଏସଆଣ୍ଡଏମଇ ବିଭାଗର ଯୁଗ୍ମ ସଚିବ, ଦୁର୍ଗା ପ୍ରସାଦ ମହାରଣାଙ୍କୁ କେନ୍ଦ୍ରାପଡାର ଏଡିଏମ, ସଂଗ୍ରାମ ଶେଖର ପଣ୍ଡାଙ୍କୁ ଗଜପତିର ଏଡିଏମ, ସଂଗ୍ରାମ ଶେଖର ପଣ୍ଡାଙ୍କୁ ଗଜପତିର ଏଡିଏମ, ମଇତ୍ରୀ ଭଟ୍ଟଚାର୍ଯ୍ୟଙ୍କୁ କଟକ ଏଡିଏମ, ରଞ୍ଜନକାନ୍ତ ସ୍ୱାଇଁ ଙ୍କୁ ଅନୁଗୁଳ ଡିଆରଡିଓର ପିଡି, ସୋମନାଥ ପ୍ରଧାନଙ୍କୁ କଳାହାଣ୍ଡି ଡିଆରଡିଓର ପିଡି, ପଦ୍ମନାଭ ବେହେରାଙ୍କୁ ସମ୍ବଲପୁରର ଏଡିଏମ, ଧର୍ମାନନ୍ଦ ବେହେରାଙ୍କୁ ରାୟଗଡ଼ା ଡିଆରଡିଓର ଭାବେ ଦାୟିତ୍ୱ ଦିଆଯାଇଛି ।