ପୁଅର ବର୍ବର କାଣ୍ଡ ପାଇଁ ବାପା ଅଡୁଆରେ

(ରିପୋର୍ଟସ ଟୁଡେ): ଗତ ସେପ୍ଟେମ୍ବର ୧୯ ତାରିଖରେ ବଦ୍ରିଙ୍କ ବଡ ପୁଅ ଦେବାଶିଷ ପାତ୍ର ହାଣକାଟ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ବେଳେ ଏବେ ସାନ ପୁଅ ଦେବପ୍ରିୟ ନିଜର ଅସାମାଜିକ ସାଥିଙ୍କୁ ସାଙ୍ଗରେ ଧରି ରାସ୍ତା ଘାଟରେ ଆତଙ୍କର ବିବିଷିକା ରଚୁଛନ୍ତି ।

ନିଜର ସାଙ୍ଗଟନିକ ଦକ୍ଷତା ବଳରେ ଆନନ୍ତପୁର ଘସିପୁରରୁ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ପତାକାଟ କରିଥିବା ବଦ୍ରି ନାରାୟଣଙ୍କ ପତ୍ତା କାଟ ହେଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ଦିନ ୧୨ଟାରୁ ୧ ମଧ୍ୟରେ ଘସିପୁର ଥାନା ଅନ୍ତର୍ଗତ ହାତୀପନ୍ଧ ନିକଟରେ ପ୍ରଶାନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ଦେବପ୍ରିୟ ଓ ତାଙ୍କର ସହଯୋଗୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି ଓ ପୋଲିସ ଘଟଣାର ତଦନ୍ତ କରୁଛି ।

ତା’ ନେଇ ଏବେ ଅଡୁଆରେ ମନ୍ତ୍ରୀ ବଦ୍ରିନାରୟଣ ପାତ୍ର । ରାଜନୈତିକ ବିରୋଧି ଦଳରୁ ମନ୍ତ୍ରୀଙ୍କୁ ଶୁଣିବାକୁ ମିଳୁଛି ଅନେକ କଥା କେବଳ ମନ୍ତ୍ରୀଙ୍କ ନୁହେଁ ଦଳକୁ ମଧ୍ୟ ହଟହଟା ହେବାକୁ ପଡିଛି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସୀଂହାର ବିଜେଡି ଦଳକୁ ଓ ମନ୍ତ୍ରୀଙ୍କୁ କ’ଣ କହିଛନ୍ତି ଆସନ୍ତୁ ଶୁଣିବା ।