(ରିପୋର୍ଟସ ଟୁଡ଼େ): ଫେସବୁକ୍ ଡ଼ାଟାଲିକ୍ ଘଟଣା ସାମ୍ନକୁ ଆସିବା ପରେ ଦିନକୁ ଦିନ ୟୁଜରଙ୍କ ପ୍ରାଇଭେସୀକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତ କିଛି ମାସ ତଳେ ଡ଼ାଟାଲିକ୍ ଘଟଣାରେ କମ୍ପାନୀ କ୍ଷମା ପ୍ରାର୍ଥନା କରିଥିଲେ ସୁଧା ଏବେ ବି ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଅସୁରକ୍ଷିତ ଥିବା ଜଣାପଡ଼ିଛି । ବିବିସିର ଏକ ରିପୋର୍ଟରେ ପ୍ରାୟ ୮୧ହଜାର ୟୁଜରଙ୍କ ବ୍ୟକ୍ତିଗତ ମେସେଜ ହ୍ୟାକ କରାଯାଇ ଏହାକୁ ବିଜ୍ଞାପନ ପାଇଁ ବ୍ୟବହାର କରାଯାଇଥିବା କୁହାଯାଇଛି ।
ରିପୋର୍ଟ ମୁତାବକ, ହ୍ୟାକରମାନେ ୧୨୦ ମିଲିୟନ ଫେସବୁକ ୟୁଜରଙ୍କ ବ୍ୟକ୍ତିଗତ ଡାଟାକୁ ଆକାଉଂଟ ପିଛା ୭.୨୯ ଟଙ୍କାରେ ବିକ୍ରି କରିବା ପାଇଁ ଚିନ୍ତା କରୁଛନ୍ତି । କିନ୍ତୁ ଫେସବୁକ ଏହି ଅଭିଯୋଗକୁ ଖଣ୍ଡନ କରିଛି । କିନ୍ତୁ କମ୍ପାନୀ ୟୁଜରଙ୍କ ଡାଟା ଭାଇରାଲ ହୋଇ ହ୍ୟାକରଙ୍କ ନିକଟରେ ପହଁଚିଥିବା ମାନିଛି । ଫେସବୁକ କହିଛି କି, ବିଭିନ୍ନ ଆପ୍ଲିକେସନ ମାଧ୍ୟମରେ ହ୍ୟାକର ୟୁଜରଙ୍କ ଗତିବିଧୀ ଉପରେ ନଜର ରଖିଛନ୍ତି । ତାମାନେ ଏହା ନୁହେଁ କି ଫେସବୁକ ହ୍ୟାକ ହୋଇଛି । ଏହି ଡାଟା ଲିକର ଖୁଲାସା ସେପ୍ଟେମ୍ବରରେ ହୋଇଥିଲା । ଯେଉଁ ସମୟରେ ଏଫବି ସେଲର୍ ନାମକ ଏକ ବିଜ୍ଞାପନ ଜାରି ହୋଇଥିଲା ।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ହ୍ୟାକ ହୋଇଥିବା ଆକାଉଂଟ ଗୁଡିକ ହେଉଛି ରୁଷ ଏବଂ ୟୁକ୍ରେନର । ଏହା ବ୍ୟତୀତ ହ୍ୟାକ ହୋଇଥିବା ଆକାଉଂଟରେ ଆମେରିକା, ବ୍ରିଟେନ ଏବଂ ବ୍ରାଜିଲର ୟୁଜର ରହିଛନ୍ତି ।