ପୁର୍ବତନ ସମିତି ସଭ୍ୟଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

(ଜୟନ୍ତ କମୁାର ସେଠୀ) : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚହଁରପଦା ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ ସାହୁଙ୍କ ନାମରେ ନିମାପଡ଼ା ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ ମହିଳା। ଲିଖିତ ଅଭିଯୋଗକୁ କେନ୍ଦ୍ରକରି ନିମାପଡ଼ା ଥାନା ଅଧିକାରୀ ପୁର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ ସାହୁକୁ ଗିରଫ କରି ପଚରାଉଚରା କରିବା ପରେ ନିମାପଡ଼ା ଉପକାରାଗାରକୁ ପଠାଇଦିଆଯାଇଛି। ଘଟଣାରୁ ପ୍ରକାଶ ଯେ ସୋମବାର ସକାଳୁ ମହିଳା ଯଣକ ଫୁଲ ତୋଳିବାକୁ ଯାଇଥିବା ସମୟରେ ସେହି ଗ୍ରାମର ପୁର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ ସାହୁ ଏକୁଟିଆ ଦେଖି ମହିଳାକୁ ଟିକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ମହିଳା। ସେନେଇ ନିମାପଡ଼ା ଥାନା ଅଧିକାରୀ ଲିଖିତ ଅଭିଯୋଗକୁ ଭିତ୍ତିକରି କେସ୍ ୩୪/୧୮ ଦଫା-୩୪୪,୩୪ଏ,୩୪ଡ଼ି,୨୯୪ ଆଇପିସି ରେ ମାମଲା ରୁଜୁ କରି ନିମାପଡା ପୋଲିସ ସମିତି ସଭ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।