ନାବାଳିକାଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

(ସୌମ୍ୟ ରଞ୍ଜନ ସେଠୀ): ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ଥାନା ଅନ୍ତର୍ଗତ ଶଙ୍ଖେଶ୍ୱର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଟିକୁ ପ୍ରଥମେ ରକ୍ତାକ୍ତ ଅବସ୍ଥାରେ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଅନୁସାରେ, ଗତକାଲି ରାତିରେ ନାବାଳିକା ଜଣକ ଘରେ ଶୋଇଥିଲେ। ଏହି ସମୟରେ ଲିଟୁଆ ନାମକ ଜଣେ ସମ୍ପର୍କୀୟ ଯୁବକ ତାଙ୍କ ଘରକୁ ଆସିଥିଲା। ନାବାଳିକାଙ୍କ ବାପା-ମାଆ ଘରେ ରହୁନଥିବା ବେଳେ ସେ ତାଙ୍କ ଆଈଙ୍କ ସହିତ ରହନ୍ତି। ଏହାର ସୁଯୋଗ ନେଇ ଲିଟୁଆ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ପାଟି କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।