(ନୁଆଦିଲ୍ଲୀ): ଚାଇନିଜ ଆପ୍ ଟିକଟକ୍କୁ କିଣିପାରେ ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ । ତେବେ ସେପ୍ଟେମ୍ବର ୧୫ସୁଦ୍ଧା ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ କିଣିପାରେ ଟିକଟକ୍କୁ । ଯେଉଁଥିପାଇଁ ଆଲୋଚନା ଆରମ୍ଭ ବହୁତ ଶାଘ୍ର ଆରମ୍ଭ ହେବ । ଏ ନେଇ ରବିବାର ମାଇକ୍ରୋସଫ୍ଟ ଘୋଷଣା କରିଛି । ମାଇକ୍ରୋସଫ୍ଟ କମ୍ପାନୀର ସିଇଓ ସତ୍ୟ ନାଡେଲା, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏନେଇ ଆଲୋଚନା କରିବେ ବୋଲିି ସୁଚନା ରହିଛି । ମାଇକ୍ରୋସଫ୍ଟ କମ୍ପାନୀ ତରଫରୁ ଏକ ବ୍ଲଗ ପୋଷ୍ଟରରେ ପ୍ରକାଶ ପାଇଛିି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ ଏବଂ ଟିକଟକ୍ ର ମୁଳ କମ୍ପାନୀ ବାଇଟଡାନ୍ସ ସହିତ ସେପ୍ଟେମ୍ବର ୧୫, ୨୦୨୦ ସୁଦ୍ଧା ଏହି ଚୁକ୍ତିନାମାକୁ ସିଲ୍ କରିବା ନେଇ ଯୋଜନା ରହିଛି ।
ପ୍ରକାଶିତ ବ୍ଲଗରେ ଉଲ୍ଲେଖ ରହିଛି ଯେ, ମାଇକ୍ରୋସଫ୍ଟ ସମ୍ପୁର୍ଣ୍ଣ ତଥ୍ୟକୁ ସମୀକ୍ଷା କରି ଚାଇନିଜ୍ ଆପ ଟିକଟକ୍କୁ ହାସଲ କରିବ ଏବଂ ଆମେରିକାକୁ ଉପଯୂକ୍ତ ଅର୍ଥ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି । ମାଇକ୍ରୋସଫ୍ଟ ମାତ୍ର କିଛି ସପ୍ତାହ ମଧ୍ୟରେ ଟିକଟକ୍ ର ମୁଳ କମ୍ପାନୀ ବାଇଟଡାନ୍ସ ସହିତ ଆଲୋଚନା କରିବା ପାଇଁ ଖୁବ୍ ଶାଘ୍ର ଆଗେଇବ । ଏଥିସହିତ ଯଦି ଟିକଟକକୁ ମାଇକ୍ରୋସଫ୍ଟ କମ୍ପାନୀ କିଣିବାରେ ସଫଳ ହୁଏ ତେବେ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଏବଂ ନ୍ୟୁଜିଲାଣ୍ଡ ଏହି ଆପକୂୁ ବ୍ୟବହାର କରିପାରିବେ । ମାଇକ୍ରୋସଫ୍ଟ ଏହା ମଧ୍ୟ କହିଛି ଯେ, ଆମେରିକୀୟ ଟିକଟକ ବ୍ୟବହାରୀକାରୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ସବୁ ଅନ୍ୟ ଦେଶକୁ ଯେପରି ଯିବ ନାହିଁ ସେ ନେଇ ମଧ୍ୟ କମ୍ପାନି ନିଶ୍ଚିତ କରାଇବ ।