ହକି ବିଶ୍ୱକପ ମ୍ୟାଚର ଖେଳାଳିଙ୍କୁ ଦିଆଯିବ କଡା ସୁରକ୍ଷା: ଡିସିପି ଅନୁପ ସାହୁ

(ଆଦର୍ଶ ରାଉତ): ହକି ପାଇଁ ସଜେଇ ହେଉଛି କଳିଙ୍ଗ ଷ୍ଟାଡିୟମ୍ । ଟିମ୍ ଇଣ୍ଡିଆକୁ ଚିଅର୍ ଅପ୍ କରିବା ପାଇଁ କିଙ୍ଗ୍ ଖାନ୍ ନିଜେ ଉପସ୍ଥିତ ରହିବା ନେଇ ନିଶ୍ଚିତ କରାଇବା ସହିତ ଅନ୍ୟ ସମସ୍ତଙ୍କୁ ମଧ୍ୟ ଆହ୍ୱନ କରିଛନ୍ତି । ୨୭ ନଭେମ୍ବର ମଙ୍ଗଳବାର ସମଗ୍ର ବିଶ୍ୱର ହକିପ୍ରେମୀଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ପହଞ୍ଚିବେ ‘ଚକଦେ ଇଣ୍ଡିଆ’ର ଫିଲ୍ମି କୋଚ୍ ବଲିଉଡ୍ ସୁପରଷ୍ଟାର ଶାହରୁଖ୍ ଖାନ୍।

ଷ୍ଟାଡିୟମର ବାହାର ପାଶ୍ୱର୍ କାର୍ୟ୍ୟ ଶେଷ ହୋଇନାହିଁ,କିଛି ଦୁର୍ଘଟଣା ନଘଟିବା ପାଇଁ ଆଗୁଆ ସତର୍କ ହେବା ସହ ସୁରକ୍ଷାର ମଧ୍ୟ କଡା ପଦକ୍ଷପ ନିଆଯିବ । ତାସହ ହକି ଖେଳାଳି ଓ ସାହାରକୁ ଖାନ ଯେଉଁ ହୋଟେଲରେ ରହିବେ ସେଇ ହୋଟଲକୁ ମଧ୍ୟ କଢା ସୁରକ୍ଷା ଦିଆଯିବା ସହ ହୋଟେଲ ଚାରିପାଖରେ ଯାତାୟତ କରୁଥିବା ଲୋକଙ୍କ ଉପରେ ମଧ୍ୟ ନଜର ରଖାଯିବବୋଲି ସୁଚନା ଦେଇଛନ୍ତି ଡିସିପି ଅନୁପ ସାହୁ ।