ସାଲେପୁର ବ୍ଲକରେ କୋଭିଡ୧୯ର ସମୀକ୍ଷା ବୈଠକ ଅନୁଷ୍ଠିତ

 (ସାଲେପୁର/ତାରାକାନ୍ତ ନାୟକ) : କଟକ ଜିଲ୍ଲା ସାଲେପୁର ବ୍ଲକରେ କୋଭିଡ୧୯ ମହାମାରୀର ମୁକାବିଲା ନିମନ୍ତେ ଜୀବିକା ଉପାର୍ଜନ ଓ କର୍ମ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତି ନିମନ୍ତେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀପ୍ରତାପ ଜେନା ଙ୍କ ଉପସ୍ଥିତି ରେ ବ୍ଲକ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପିଡ଼ି,ଡିଆରଡିଏ ଙ୍କ ସମେତ କୃଷି,ଯୋଗାଣ,ପଶୁଧନ ବିଭାଗ ,ଉଦ୍ୟାନ ଓ ଗ୍ରାମ୍ୟ ଉନ୍ନୟନ ପ୍ରଭୁତି ବିଭାଗ ଅଧିକାରୀ ମାନେ ଯୋଗ ଦେଇ ନିଜ ନିଜ ବିଭାଗ ର କାର୍ୟ୍ୟଖସଡ଼ା ଉପସ୍ଥାପନା କରିଥିଲେ।ନରେଗାରେ ମୋ ପୋଖରୀ ଏବଂ ପୌଷ୍ଟିକ ଉଦ୍ୟାନ,ଶସ୍ୟ ବୀମା କୁ ବ୍ୟବସ୍ତିତ କରିବା ପ୍ରଭୁତିବିଷୟ ରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମସ୍ତ ଅଧିକାରୀ ଙ୍କୁ ସମସ୍ତ ଯୋଜନାରେ ନୂଆ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟାପକ ସଚେତନତା କାର୍ୟ୍ୟକ୍ରମ ହାତକୁ ନେବା ପାଇଁ ପରାମର୍ଶ ଦିଆଯାଇଛି।