(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଖୁବ ଶିଘ୍ର ଟ୍ୱିନସିଟିରେ ଗଡିବ ମୋ ବସ । ବସ ଚାଲିବା ନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟର ସିଇଓ ଅରୁଣ ବୋଥ୍ରା କହିଛନ୍ତି । ସୂଚନାଯୋଗ୍ୟ ,ମୋ ବସ ଗୁଡିକ ଏବେ ପ୍ରବାସୀଙ୍କୁ ନେବା ଆଣିବାରେ ନିୟାଜିତ ହେଉଛି । ଏହା ପୂର୍ବରୁ କଟକ-ଭୁବନେଶ୍ୱର ପାଇଁ ଗୋଟିଏ ବସ ଚାଲୁଥିବା ବେଳେ ସେଥିରେ କେବଳ ସରକାରୀ କର୍ମଚାରୀ ଯିବା ଆସିବା କରୁଛନ୍ତି । ତେବେ ‘ମୋ ବସ’ ଚଳାଚଳ କରିବା ପୂର୍ବରୁ ବସ ଗୁଡ଼ିକୁ ସାନିଟାଇଜ୍ କରାଯିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଘରୋଇ ବସ୍ ମାଲିକ ସଂଘର ଦାବି ପ୍ରତି ସରକାର ସଚେତନ ଅଛନ୍ତି । ରୋଡ୍ ଟ୍ୟାକ୍ସ ଛାଡ଼ ପାଇଁ ପ୍ରକ୍ରିୟା ଚାଲିଛି । ଅନ୍ୟ ଦାବି ପ୍ରତି ମଧ୍ୟ ବିଚାର କରାଯାଉଛି । ବସ୍ ଚଳାଚଳ କଲେ ବସ ଷ୍ଟାଣ୍ଡରେ ସାନିଟାଇଜେସନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।