(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପୁରୀ ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ଆବେଦନ ହୋଇଛି । କେନ୍ଦ୍ର ଓ ରାଜ୍ୟ ଆଇନ ସଚିବଙ୍କ ସହ ମୁଖ୍ୟ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ପୋଲିସ ଡିଜିଙ୍କ ସମେତ ଏହି ଜନସ୍ୱାର୍ଥ ମାମଲାରେ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୂଚନା ରହିଛି । ଆସନ୍ତା ଜୁନ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ହେବାକୁ ଯାଉଛି । ତେବେ ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁଦିଅଁ । ସ୍ନାନ ଯାତ୍ରା କିଭଳି ଭାବେ ଶୃଙ୍ଖଳିତ ଭାବେ କରାଯିବ ସେ ନେଇ ଆଜି ୧୦ଟି ନିଯୋଗ ସହ ଆଲୋଚନା କରୁଛି ଶ୍ରୀ ମନ୍ଦିର ପ୍ରଶାସନ । କରୋନା ଗାଇଡ଼ ଲାଇନକୁ ନେଇ ବୈଠକରେ ଆଲୋଚନା ହୋଇଛି । କିଭଳି ସାମାଜିକ ଦୂରତା ରହିବ ସେନେଇ ବୈଠକରେ ଆଲୋଚନା ଜାରି ରହିଛି ।