ସୁରଟରୁ ସାଇକେଲରେ ଆସି ଓଡ଼ିଶା ପହଞ୍ଚିଛନ୍ତି ଜଣେ ଯୁବକ

(ରଜନିକାନ୍ତ ପାତ୍ର , ହିଞିଳି ): ଇଛାଥିଲେ ଉପାୟ ଆପେ ମିଳିବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଯୁବକ । କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣଚକ୍ର ଗ୍ରାମର ଦୁର୍ୟ୍ୟୋଧନ ପ୍ରଧାନ ସୁରଟରୁ ସାଇକେଲରେ ଆସି ଆଜି ଅପରାହ୍ନରେ ନିଜ ଗାଁରେ ପହଞ୍ଚିଛନ୍ତି ।

ସୁଚନା ଅନୁସାରେ ଲକଡାଉନ ଯୋଗୁଁ ସେଠାରେ ଖାଇବା ଓ ରହିବାରେ ଅସୁବିଧା ହେବାରୁ ସେ ସାଇକେଲ ଚଳାଇ ସୁରଟରୁ ଓଡ଼ିଶା ଆସିଥିଲେ । ଦୁର୍ୟ୍ୟୋଧନଙ୍କୁ ଏହି ଲମ୍ବାଯାତ୍ରା ପ୍ରାୟ ୧୪ ଦିନ ଲାଗିଥିଲା । ଆସିବା ବେଳେ ବହୁ ସମସ୍ୟା ଦେଇ ବହୁ କଷ୍ଟରେ ଗାଁରେ ପହଞ୍ଚି ବାରେ ସକ୍ଷମ ହୋଇଥିବା କହିଛନ୍ତି ଦୁର୍ୟ୍ୟୋଧନ। ଗାଁରେ ପହଞ୍ଚିବା ପରେ ଗାଁଲୋକଙ୍କ ବିରୋଧ ଯୋଗୁଁ ସେ ଗାଁ ଭିତରକୁ ପଶିପାରି ନଥିଲେ। ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେବା ପରେ ଦୁର୍ୟ୍ୟୋଧନଙ୍କୁ କ୍ରାରେଣ୍ଟାଇନ ସେଣ୍ଟରରେ ନେଇ ରଖିଛନ୍ତି । ତାଙ୍କର ସ୍ୱାବ ପରୀକ୍ଷା କରାଯିବା ସହ ତାଙ୍କୁ ଏହି ୧୪ ଦିନ ଏଠାରେ ରଖାଯିବ ବୋଲି ସରପଞ୍ଚ କହିଛନ୍ତି ।