(ବରୀ/ଯାଜପୁର): ଗତକାଲି ଯାଜପୁର ଜିଲ୍ଲାରେ ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ବରୀ ବ୍ଲକ ର କଲାମାଟିଆ ପଂଚାୟତର ତଲକାଇପଡା ଗ୍ରାମରୁ ଜଣେ ଉଦୟନାଥପୁରରୁ ଜଣେ ଓ ବାଇଁଶିରିଆ ପଂଚାୟତରୁ ୨ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନ ହୋଇଥିଲେ। ପ୍ରଶାସନ ତରଫରୁ ଉକ୍ତ ଅଞ୍ଚଳ ଗୁଡ଼ିକୁ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା।କଳାମାଟିଆ ପଂଚାୟତର ୪ଟି ରାଜସ୍ୱ ଗ୍ରାମକୁ ବରୀ ପ୍ରଶାସନ ତରଫରୁ ସିଲ କରାଯାଇଛି।ସିଲ ହୋଇଥିବା ସ୍ଥାନ ମାନଙ୍କରେ ବରୀ ପୋଲିସ ତରଫରୁ ଏହି ଅଂଚଳର କୌଣସି ବ୍ୟକ୍ତି ଯେମିତି ବାହାରକୁ ନ ଆସନ୍ତି ସେଥିପ୍ରତି ପୋଲିସ କଡା ନଜର ରଖିଛି।ଅପରପକ୍ଷରେ ଉଦୟନାଥପୁର ରାଜସ୍ୱ ଗ୍ରାମ ଓ ବାଇଁଶିରିଆ ପଂଚାୟତ ର ବାଲିଆପାଳ,ମହମ୍ମଦପୁର, ବାଲିକାନ୍ଥିଆ,ବାଇଁଶିରିଆ ଓ ଚୂଡ଼ାକଳ ଛକ ପ୍ରଭୁତି ଅଂଚଳ ସିଲ ହୋଇଛି।ଅଧିକା ସଂକ୍ରମଣ ରୋକିବା କ୍ଷେତ୍ରରେ ଏହି ଅଂଚଳ ଗୁଡିକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯିବାକୁ ବରୀ ତହସିଲଦାର ସରୋଜକାନ୍ତ ନାୟକ,ବରୀ ଥାନାଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ର ଓ ବରୀର ଭାରପ୍ରାପ୍ତ ବିଡ଼ିଓ ଶାଶ୍ୱତ ଜେନା ମିଳିତ ଭାବେ ଏହି ଅଂଚଳର ଲୋକ ମାନେ ସରକାରୀ ନିୟମକୁ ଉଲଂଘନ ନ କରନ୍ତି ପୃଥକ ପୃଥକ ଭାବେ ଟିମ ଘଠନ କରି ବ୍ୟକ୍ତିଗତ ଭାବେ ତଦାରଖ କରିଥିବା ଦେଖିବାକୁ ମିଳିଛି।ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପ୍ରଶାସନିକ ସ୍ତରରେ କଣ୍ଟେନମେଣ୍ଟ ଜୋନ ଗୁଡିକୁ ବିଶନିରୋଧ କରାଯିବା ସହିତ ଆବଶ୍ୟକ ସ୍ଥଳେ ଏହି ଅଂଚଳର ଲୋକମାନଙ୍କ ପାଇଁ ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀ ପ୍ରଶାସନ ସହଯୋଗ ରେ ଯୋଗାଇ ଦିଆଯିବ ବୋଲି ବରୀ ତହସିଲଦାର ସରୋଜକାନ୍ତ ନାୟକ ପ୍ରକାଶ କରିଛନ୍ତି।