ଆଉ କୁପୋଷଣ ର ଶିକାର ହେବେ ନାହିଁ ଶିଶୁ । ୧ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ରରେ ପାଳିତ ହେଉଛି ଆଙ୍ଗନ କା ଉତ୍ସବ ।ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ର ସହଯୋଗରେ ଏହି ଦିବସ ପାଳନ କରାଯାଉଥିବା ବେଳେ ପିତା ଙ୍କ ହାତରୁ ପ୍ରସ୍ତୁତ ପୋଷକଯୁକ୍ତ ଖାଦ୍ୟ ର ପ୍ରଦର୍ଶନୀ କରାଯାଉଛି । କିଏ ନିଜ ହାତରେ ମାଣ୍ଡିଆ ଜାଉ ତିଆରି କରି ଆଣିଛି ତ ଆଉ କିଏ ଛତୁଆ ପିଠା । କିଏ ଗାଜର ହାଲୁଆ କରି ଆଣିଛି ତ ପୁଣି ଆଉ କିଏ ଗର୍ଭବତୀ ମହିଳାଙ୍କୁ ଆବଶ୍ୟକ ହେଉଥିବା ସନ୍ତୁଳିତ ଖାଦ୍ୟ ।
ସବୁଠାରୁ ବଡ଼ କଥା ହେଉଛି ଏହି ଖାଦ୍ୟ ସବୁକୁ କୌଣସି ମହିଳା ନୁହଁ ବରଂ ଶିଶୁଙ୍କ ବାପା ମାନେ ନିଜ ହାତରେ ପ୍ରସ୍ତୁତ କରି ଅଙ୍ଗନବାଡି କେନ୍ଦ୍ରକୁ ଆଣିଛନ୍ତି । ଆଉ ଏଭଳି ନିଆରା କାର୍ଯ୍ୟକ୍ରମ ଆୟୋଜନ ପଛରେ ରହିଛି ଏକ ମହତ୍ ଉଦ୍ଦେଶ୍ୟ । ଶିଶୁଙ୍କୁ କୁପୋଷଣ ମୁକ୍ତ କରିବାକୁ ସରକାର ହାତକୁ ନେଇଛନ୍ତି ଏହି ନିଆରା ପଦକ୍ଷେପ । ମହିଳା ଶିଶୁ ବିକାଶ ବିଭାଗ ର ନିର୍ଦ୍ଧେଶ କ୍ରମେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପାଳନ ହେଉଛି ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ। ଶିଶୁ ମାନେ ସଠିକ୍ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା କେବଳ ଯେ କୁପୋଷଣ ରୁ ମୁକ୍ତ ହେବେ ତାହା ନୁହଁ ବରଂ ସେମାନଙ୍କର ଓଜନ ଓ ଉଚ୍ଚତା ମଧ୍ୟ ସଠିକ୍ ରହିପାରିବ ।