ରାଜ୍ୟରେ ଆଉ ୩ କୋରୋନା ପଜେଟିଭ ଚିହ୍ନଟ,୧୨୨ରେ ପହଞ୍ଚିଲା ସଂଖ୍ୟା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୩ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ୧୨୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକି ଏହି ୩ କୋରୋନା ଆକ୍ରାନ୍ତ ୩ ନୂଆ ଜିଲ୍ଲାକୁ ଛୁଇଁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩ ଆକ୍ରାନ୍ତ ଦେବଗଡ, ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲାରୁ ଚିହ୍ନଟ ହୋଇଛି । ଆଜି ସକାଳୁ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୩ଟି ଆକ୍ରାନ୍ତ ନୂଆଁ ଜିଲ୍ଲାରୁ ଚିହ୍ନଟ ହୋଇଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨୨ ରେ ପହଞ୍ଚିଥିବା ବେଳେ ୩୮ ଜଣ ଆକ୍ରାନ୍ତ ଭଲ ହୋଇ ଘରକୁ ଫେରିଛନ୍ତି । ୮୩ ଜଣ ଆକ୍ରାନ୍ତ ଏବେବି ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୋରୋନା ଆକ୍ରାନ୍ତ ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।