(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରଥଯାତ୍ରା ଆୟୋଜନକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଚିଠି । କୋରୋନା ସଂକ୍ରମଣ ରୋକିବା ଲାଗି ସାରା ରାଜ୍ୟରେ ଲକଡାଉନ କରାଯାଇଛି । ଏହି ସମୟରେ ରଥଯାତ୍ରା କିଭଳି ପାଳନ କରାଯିବ ସେ ନେଇ ଆଜି ବ÷ଠକ ବସିଥିଲା । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଧାମନ୍ତ୍ରୀଙ୍କ ସହ ରଥ ଯାତ୍ରା ବିଷୟରେ ଫୋନ ଯୋଗେ କଥା ମଧ୍ୟ ହୋଇଛନ୍ତି । ତେବେ କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ ଆଶା, ଆଶଙ୍କା ଲାଗି ରହିଥିବା ବେଳେ ଶୁକ୍ରବାର ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶଙ୍କରାଚାର୍ୟ୍ୟ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି। ରଥଯାତ୍ରା ଆୟୋଜନ କରିବା ଲାଗି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି କଟକଣା ଭିତରେ କିଭଳି ରଥଯାତ୍ରା କରାଯାଇପାରିବ ସେ ନେଇ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । କୌଣସି ଭକ୍ତ କିମ୍ବା ପର୍ୟ୍ୟଟକଙ୍କୁ ପୁରୀକୁ ପ୍ରବେଶ ନ କରାଇବା ତଥା ହୋଟେଲରେ ନ ରଖିବା ଲାଗି ବ୍ୟବସ୍ଥା କରିବା ସହ କମ୍ ସଂଖ୍ୟକ ସେବାୟତ, ପୋଲିସଙ୍କୁ ନେଇ ରଥଯାତ୍ରା କରାଯାଉ ଲାଗି ଚିଠିରେ ଉଲ୍ଲେଖ ରହିଛି।