(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ):ଓଡ଼ିଶାରେ ଦେଖାଦେଇଛି କରୋନା ଆତଙ୍କ । ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ପରେ ସବୁ ଆଡ଼େ ବ୍ୟାପକ ପଦକ୍ଷେପ ନିଆଯାଉଛି । ଏହି ଖବର ପ୍ରସାରଣ ଚାରିଆଡ଼େ ଏକ ପ୍ରକାର ଆତଙ୍କ ଦେଖାଦେଇଛି । ଯାହାକୁ ଏପ୍ରକାର ଭୟର ବାତାବରଣ ଦେଖାଦେଇଛି । ତେଣୁ କରି କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିରୋଧ କରିବାପାଇଁ ଢେଙ୍କାନାଳ ଜିଲ୍ଲାରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ଏହା ସହିତ ବିଭିନ୍ନ ମଲ ସ୍କୁଲ କଲେଜ ବନ୍ଦ, ସାମାଜିକ କାର୍ୟ୍ୟକ୍ରମ ଉପରେ ମଧ୍ୟ ଲାଗିଲା ରୋକ । ପାରାଦ୍ୱୀପ ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସେଠାରେ ମଧ୍ୟ ସଂକ୍ରମଣତାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କଟକଣା ଜାରି କରାଯାଇଛି ।